ନୂଆଦିଲ୍ଲୀ:ଇସ୍ରାଏଲ ଗାଜା ମଧ୍ୟରେ ଲଗାତାର ୨୧ ଦିନ ଧରି ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ଉଭୟ ପକ୍ଷରୁ ମିଶି ୮,୫୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଏମାନଙ୍କ ୩ ହଜାର ଶିଶୁ ଥିବା କୁହାଯାଉଛି । ୭ ଅକ୍ଟୋବରରେ ହମାସ ଇସ୍ରାଏଲ ଉପରେ ରକେଟ ଆକ୍ରମଣ କରିଥିଲା । ଏହାପରେ ଇସ୍ରାଏଲ ପକ୍ଷରୁ ଗାଜା ଉପରେ ଜୋରଦାର ଆକ୍ରମଣ କରିବା ଆରମ୍ଭ କରି ଦେଇଛି ।
ଇତିମଧ୍ୟରେ ଯୁଦ୍ଧକୁ ନେଇ ନେଇ ଆସିଛି ବଡ ଖବର । ଗୁରୁବାର ଗାଜାର ୨୫୦ଟି ଜାଗାରେ ଆକ୍ରମଣ କରିଛି । ଦ ଟାଇମ୍ସ ଅଫ ଇଜରାଏଲ ତଥ୍ୟ ଅନୁସାରେ, ଆଜି କିଛି ଘଣ୍ଟା ମଧ୍ୟରେ ଇସ୍ରାଏଲର ଦକ୍ଷିଣ ଗାଜରେ ୪୮ଟି ସ୍ଥାନରେ ଆକ୍ରମଣ ହୋଇଛି । ଏଥିରେ ୪୮୧ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଲୋକମାନେ ଉତ୍ତର ଗାଜା ଛାଡିବା ପାଇଁ ଇସ୍ରାଏଲ ଚେତାବନୀ ଦେବା ପରେ ଏହି ଲୋକମାନେ ଏଠାକୁ ଆସିଥିଲେ ।
ସେପଟେ ହମାସ କହିଛି, ଇସ୍ରାଏଲ ଗାଜା ଉପରେ ଆକ୍ରମଣ କରି ୫୦ ଜଣ ବନ୍ଧକଙ୍କୁ ମାରି ଦେଇଛି । କହି ରଖିବୁ, ଯୁଦ୍ଧ ଭିତରେ ହମାସ ଇସ୍ରାଏଲର ୨୨୪ ଜଣ ଲୋକଙ୍କୁ ବନ୍ଧକ ରଖିଥିଲା ଏବଂ ସେମାନଙ୍କୁ ଗାଜା ପଟିରେ ରଖିଥିଲା ।
ଗାଜାରେ ହମାସ ନିୟନ୍ତଣରେଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଇସ୍ରାଏଲ ପକ୍ଷରୁ ଲଗାତାର ଆକ୍ରମଣ କରାଯାଉଛି ଏବଂ ଏହି ଯୁଦ୍ଧରେ ୭୦୦୦ ଲୋକଙ୍କ ମୃତ୍ୟୁ ଘଟିଲାଣ । ସୀମାରେ ମୁତୟନ ଥିବା ଇସ୍ରାଏଲ ସେନା ଯଦି ଆକ୍ରମଣ କରନ୍ତି ତେବେ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ।
BREAKING NEWS
- ଆମେରିକାରେ ବଡ଼ କାର୍ଯ୍ୟାନୁଷ୍ଠାନ: ଇନ୍ଫୋସିସ୍, ଟିସିଏସ୍ ଓ ୱିପ୍ରୋ ସହ ୮ଟି ପ୍ରମୁଖ ଆଇଟି କମ୍ପାନୀର ଗ୍ରୀନ୍ କାର୍ଡ ପ୍ରକ୍ରିୟା ନିଲମ୍ବିତ
- Satellite Internet Rules: ଏଲନ୍ ମସ୍କଙ୍କୁ ଭାରତ ସରକାରଙ୍କ ସିଧାସଳଖ ଜବାବ, “ନିୟମ ସମସ୍ତଙ୍କ ପାଇଁ ସମାନ”
- ଜଳିଗଲା ଆମ୍ବୁଲାନ୍ସ;ରୋଗୀ ମୃତ,୨ ଗୁରୁତର
- ଅଲବିଦା ନାନା ପାଟେକର; ୩୫ ଟଙ୍କାରୁ କୋଟି କୋଟି ଟଙ୍କା ଆୟ, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ…
- ABADHA scheme:ଅବଢ଼ା ଯୋଜନା:ଅତିରିକ୍ତ ୧୦୧ କୋଟି ଟଙ୍କା ବ୍ୟୟବରାଦ
- ପୁଅ ଝିଅ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ !
- ୧୩୦ ଡେସିବେଲ୍ର ଚିତ୍କାର ! ଏହି ପକ୍ଷୀଙ୍କ ଆବାଜ୍ ଆଗରେ ଫିକା ପଡ଼ିଗଲେ ଅନ୍ୟ ସମସ୍ତ ଚଢ଼େଇ
- ଦେଶର ଯୁବପିଢ଼ିଙ୍କୁ କାହିଁକି Gen Z-Alpha ରେ ବିଭକ୍ତ କରାଯାଉଛି: ବିରୋଧୀଙ୍କୁ ନୀତିନ ନବୀନଙ୍କ ଟାର୍ଗେଟ
- ଭାରତ ଓ ଘାନା ମଧ୍ୟରେ ଦୁଇଟି ଚୁକ୍ତି ସ୍ୱାକ୍ଷରିତ;ଜୟଶଙ୍କର କହିଲେ-ଅନେକ ବିକାଶ ଯୋଜନା ସମାନ
- ୱିକେଟକିପର ସାଜିଲେ ଯଶସ୍ୱୀ ଜୈସୱାଲ !

Comments are closed.