Latest Odisha News

BREAKING NEWS

ବାତ୍ୟା ‘ଅକୱାନ’ ପାଇଁ ସମଗ୍ର ରାଜ୍ୟରେ ୨ ଦିନ ପ୍ରବଳ ବର୍ଷା, ୧୨ ଜିଲାକୁ ଆଲର୍ଟ

ଭୁବନେଶ୍ୱର: ଘନାଉଛି ବାତ୍ୟା ଭୟ। ଆରମ୍ଭ ହେଲାଣି ବାତ୍ୟା ‘ଅକୱାନ୍‌’ (Cyclone Akvan)ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ଆସନ୍ତା ୨ ଦିନ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି ହୋଇଛି। ବାତ୍ୟା ‘ଅକୱାନ’ ପାଇଁ ସମଗ୍ର ରାଜ୍ୟରେ ୨ ଦିନ ପ୍ରବଳ ବର୍ଷା ହେବ। କୃଷ୍ଣପ୍ରସାଦ ବ୍ଲକ୍‌ ସାତପଡ଼ା ଗ୍ରାମପଞ୍ଚାୟତର ଏକାଧିକ ଗାଁ ପ୍ରଭାବିତ ହୋଇପାରେ। ଏଥିଲାଗି ହାଇଆଲର୍ଟ ଜାରି ହୋଇଛି।

ବାତ୍ୟା ପ୍ରଭାବରେ ଆସନ୍ତା ୨ ଦିନ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଭଦ୍ରକ, କଟକ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର,କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, କୋରାପୁଟ,ମାଲକାନଗିରି ଏବଂ ପୁରୀରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏପରିକି କେତେକ ସ୍ଥାନରେ ୨୧ ସେଣ୍ଟିମିଟର ବା ତା’ଠାରୁ ଅଧିକ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାତ୍ୟାଟି ପୂର୍ବରୁ ଅତି ଭୀଷଣ ବାତ୍ୟାର ରୂପ ନେଇଥିବା ବେଳେ ଏବେ ଦୁର୍ବଳ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି। ଏହା ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ବେଗରେ ପବନ ସହ ସ୍ଥଳଭାଗ ଅତିକ୍ରମ କରିବା ଏବଂ ପବନର ବେଗ ଝଟକାରେ ୯୦ କିଲୋମିଟର ପର୍ଯ୍ୟନ୍ତ ରହିବା ସମ୍ଭାବନା ରହିଛି। ବାତ୍ୟାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଉପକୂଳ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।

Leave A Reply

Your email address will not be published.