ଯାଜପୁର : ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା । ହଷ୍ଟେଲରୁ ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ।ଏହି ଘଟଣାର ତଦନ୍ତ କରୁଛି ପୋଲିସ ।
ସୂଚନା ଅନୁଯାୟୀ, ମୃତ ଛାତ୍ରୀ ଜଣକ ହେଲେ ଭଦ୍ରକ ଜିଲ୍ଲା ଧୂସୁରୀ ଅଞ୍ଚଳର ନନ୍ଦ କିଶୋର ସାହୁଙ୍କ ଝିଅ ନିବେଦିତା ସାହୁ (୧୮)ବୋଲି ଜଣା ପଡ଼ିଛି । ଜାଭିୟର ନର୍ସିଂ କଲେଜରେ ୨ୟ ବର୍ଷରେ ପାଠ ପଢ଼ୁଥିଲେ ନିବେଦିତା । ସେ କିଛିଦିନ ତଳେ ଘରକୁ ଯାଇ ବୁଧବାର ପୂର୍ବାହ୍ନ ୧୦ଟାରେ ହଷ୍ଟେଲରୁ ଫେରିଥିଲେ । ବିଳମ୍ବ ହେବାରୁ ସେ କ୍ଲାସ୍ କରିବାକୁ ନଯାଇ ହଷ୍ଟେଲରେ ରହିଥିଲେ । ପରେ ଅନ୍ୟ ଛାତ୍ରୀମାନେ କ୍ଲାସ୍ରୁ ଫେରି ଦେଖିବାରୁ ନିବେଦିତାଙ୍କ ରୁମ୍ ଭିତରୁ ବନ୍ଦ ଥିଲା । ସଙ୍ଗେ ସଙ୍ଗେ ହଷ୍ଟେଲ କତ୍ତୃପକ୍ଷଙ୍କୁ ଜଣାଇଥିଲେ । ହଷ୍ଟେଲ କର୍ତ୍ତୃପକ୍ଷ ନିବେଦିତାଙ୍କ ରୁମ୍ କବାଟ ଭାଙ୍ଗିବାରୁ ନିବେଦିତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ପରେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା ।
ତେବେ ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି । ଏନେଇ ପୋଲିସ ଏହି ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି ।
Comments are closed.