Latest Odisha News

BREAKING NEWS

ବ୍ରାହ୍ମଣୀ ନଦୀରେ ଓଲଟିଲା ଯାତ୍ରୀବାହି ଡ଼ଙ୍ଗା, ୨ଜଣଙ୍କ ମିଳୁନି ପତ୍ତା

ରାଜନଗର : ବ୍ରାହ୍ମଣୀ ନଦୀରେ ଓଲଟିଲା ଯାତ୍ରୀବାହି ଡଙ୍ଗା । ଆଜି ସକାଳେ ଏକମାଣିଆ କେରଡ଼ାଗଡ଼ ଘାଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ଡ଼ଙ୍ଗା । ଡଙ୍ଗା ବୁଡ଼ି ୨ ଜଣ ନିଖୋଜ ଅଛନ୍ତି।

ସୂଚନା ଅନୁଯାୟୀ, ଆଜି ସକାଳେ ୨୫ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ଧରି ଏକମାଣିଆ ପଞ୍ଚାୟତରୁ ରାଜନଗର କେରଡ଼ାଗଡ଼କୁ ଯାଉଥିଲା । ହେଲେ କୂଳରୁ କିଛି ବାଟ ଗଲା ପରେ ଡଙ୍ଗାଟି ହଠାତ୍‌ ଭାରସାମ୍ୟ ହରାଇ ମଝି ନଦୀରେ ଭାସିଯାଇଥିଲା । ତେବେ ନାଉରିଆ ସହ ଜଣେ ଯାତ୍ରୀ ନିଖୋଜ ଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଉଲ୍ଲେଖ୍ୟଯୋଗ୍ୟ, ଏକମାଣିଆ ପଞ୍ଚାୟତ ପାଣି ଘେରରେ ରହିଛି । ତେଣୁ ସେଠାକାର ଲୋକେ କୌଣସି କାମରେ ବାହାରକୁ ଯିବା ପାଇଁ ସର୍ବଦା ଡଙ୍ଗା ଉପରେ ନିର୍ଭର କରିଥାଆନ୍ତି ।

Leave A Reply

Your email address will not be published.