Latest Odisha News

BREAKING NEWS

ଘର ଭିତରୁ ମିଳିଲା ଆସିଷ୍ଟାଣ୍ଟ ସେକ୍‌ସନ୍‌ ଅଫିସରଙ୍କ ଝୁଲନ୍ତା ମୃତଦେହ

ଭୁବନେଶ୍ଵର: ଲୋକସେବା ଭବନରେ କାର୍ଯ୍ୟରତ ଏଏସଓଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଆଚାର୍ଯ୍ୟ ବିହାର ସ୍ଥିତ ରହୁଥିବା ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଏଏସଓ ମୋରା ମାରାଣ୍ଡି । ଆତ୍ମହତ୍ୟା କରିଥିବା ସନ୍ଦେହ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସଚିବାଳୟ ଇସ୍ପାତ ଓ ଖଣି ବିଭାଗରେ ୨୦୨୪ ବ୍ୟାଚର ଏଏସଓ (ଆସିଷ୍ଟାଣ୍ଟ ସେକ୍‌ସନ ଅଫିସର) ହେଉଛନ୍ତି ମୋରା ମାରାଣ୍ଡି। ସେ ଭୁବନେଶ୍ୱରର ଆଚାର୍ଯ୍ୟ ବିହାରରେ ରହୁଥିଲେ। ଆଜି ସକାଳେ ମୋରା ମାରାଣ୍ଡିଙ୍କୁ ତାଙ୍କ ଘର ଲୋକ ବାରମ୍ବାର ଫୋନ କରିଥିଲେ ମଧ୍ୟ ତାଙ୍କ ଫୋନ ଲାଗିନଥିଲା । ଫୋନ ନ ଲାଗିବାରୁ ବ୍ୟସ୍ତ ହୋଇ ପରିବାର ଲୋକ ମୋରାଙ୍କ ସାଙ୍ଗକୁ ଫୋନ୍ କରି କହିଥଲେ। ମୋରା ରହୁଥିବା ଘରକୁ ଯାଇ ତାଙ୍କ ସାଙ୍ଗ ଦେଖିଲା ବେଳକୁ ସେଠାରେ ତାଙ୍କର ମୃତଦେହ ଝୁଲୁଥିବା ଅବସ୍ଥାରେ ମିଳିଥିଲା । ପରେ ଏନେଇ ପୋଲିସ ଏବଂ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ମୋରାଙ୍କ ସାଙ୍ଗ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.