Latest Odisha News

BREAKING NEWS

କେବଳ ନୃତ୍ୟ ନୁହେଁ ମାର୍ଶଲ ଆର୍ଟରେ ମଧ୍ୟ ପାରଙ୍ଗମ ଡ୍ୟାନ୍ସିଂ କୁଇନ୍‌ ନୋରା

ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଏବଂ ‘ଦିଲବାର୍ ଗର୍ଲ’ ନୋରାଙ୍କ ନୃତ୍ୟ ସର୍ବଦା ଆକର୍ଷଣୀୟ। ଚଳଚ୍ଚିତ୍ରରେ ଆଇଟମ୍ ଗୀତ କରିବା ଠାରୁ ଆରମ୍ଭ କରି ନୋରା ଫତେହି ଡ୍ୟାନ୍ସ ରିଅଲିଟି ସୋ’ରେ ମଧ୍ୟ ଜଜ୍‌ ହୋଇଛନ୍ତି। ତାଙ୍କର ଉତ୍କୃଷ୍ଟ ନୃତ୍ୟ ପାଇଁ ସେ ବେଶ୍‌ ଜଣାଶୁଣା। ଆଜି ନୋରାଙ୍କର ଜନ୍ମଦିନ। ସେ ୬ ଫେବୃଆରୀ ୧୯୯୨ରେ କାନାଡାରେ ଜନ୍ମଗ୍ରହଣ କରିଥିଲେ। ଆଜି ନୋରା ତାଙ୍କର ୨୯ ତମ ଜନ୍ମଦିନ ପାଳନ କରୁଛନ୍ତି। ନୋରା ଜଣେ ଅଭିନେତ୍ରୀ, ନୃତ୍ୟଶିଳ୍ପୀ ଏବଂ ଜଣେ ମଡେଲ୍।

ସୋସିଆଲ ମିଡିଆରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ସେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ରୋର୍‌: ଟାଇଗର ଅଫ୍ ସୁନ୍ଦରବନ ସହିତ ଡେବ୍ୟୁ କରିଥିଲେ। ଏହା ପରେ ସେ ଟଲିଉଡରେ ମଧ୍ୟ ଅନେକ ସୁଯୋଗ ପାଇଥିଲେ।

ନୋରା ବିଗ୍ ବସ୍ ସିଜିନ୍‌ ୯ ରେ ଜଣେ ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିଛନ୍ତି। ସଲମାନ ଖାନ ଏହି ରିଆଲିଟି ସୋରେ ଭାଗ ନେବା ପରେ ହିଁ ନୋରା ବେଶ୍‌ ପ୍ରସିଦ୍ଧତା ଲାଭ କରିଛନ୍ତି।

ଏହାଛଡା ନୋରା କେବଳ ଜଣେ ମହାନ ନୃତ୍ୟଶିଳ୍ପୀ ନୁହଁନ୍ତି ବରଂ ମାର୍ଶଲ ଆର୍ଟରେ ମଧ୍ୟ ତାଲିମପ୍ରାପ୍ତ।

Leave A Reply

Your email address will not be published.