ଭୁବନେଶ୍ୱର: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କର ଆଜି ହେଉଛି ଜନ୍ମଦିନ । ୩୨ ବର୍ଷରେ ପାଦ ଥାପିଛନ୍ତି ଭାରତୀୟ କ୍ରିକେଟ ଦଳର ଏହି ଫିଟ ମ୍ୟାନ ।
କୋଟି କୋଟି ଯୁବ କ୍ରିକେଟରଙ୍କ ପାଇଁ ଆଦର୍ଶ ପାଲଟିଥିବା ଏହି ଷ୍ଟାର କ୍ରିକେଟର ପ୍ରତିବର୍ଷ ଭିନ୍ନ ଭିନ୍ନ ଅନ୍ଦାଜରେ ତାଙ୍କ ଜନ୍ମଦିନ ପାଳନ କରିଥାଆନ୍ତି । ମାତ୍ର ଚଳିତ ବର୍ଷ କରୋନା ଯୋଗୁଁ ଏହା ସମ୍ଭବ ହୋଇ ନପାରେ।
ବିରାଟଙ୍କ ଜନ୍ମ ନଭେମ୍ବର ୫ , ୧୯୮୮ ରେ ହୋଇଥିଲା । ବର୍ତ୍ତମାନ ସେ ଦିଲ୍ଲୀରେ ରହୁଛନ୍ତି। ଭାରତର ଏହି ଷ୍ଟାର କ୍ରିକେଟର ୧୮ ନମ୍ବର ଜର୍ସି ପିନ୍ଧି ପଡିଆକୁ ଆସନ୍ତି। ଅଧିନାୟକ ବିରାଟ ୨୦୧୮ ବର୍ଷରେ ଅନେକ ୱାର୍ଲ୍ଡ ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇଥିଲେ । ୨୦୧୯ ରେ ସେ ସର୍ବାଧିକ ଟେଷ୍ଟ ମ୍ୟାଚ ଜିତିବାରେ ଧୋନୀଙ୍କୁ ମାତ ଦେଇଛନ୍ତି ବିରାଟ । ଆହୁରି ମଧ୍ୟ ପ୍ରଥମ ଭାରତୀୟ କ୍ୟାପ୍ଟେନ ଭାବେ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଜିତିବାର ଖ୍ୟାତି ମଧ୍ୟ ରହିଛି ବିରାଟଙ୍କ ନାଁରେ ।
ଭାରତୀୟ କ୍ରିକେଟ ଦଳର ଏହି ଅଧିନାୟକ ଖୁବଶୀଘ୍ର ପିତା ହେବାକୁ ଯାଉଛନ୍ତି। ସେ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରି ଏହି ସୂଚନା ଦେଇଥିଲେ। ସେ କହିଛନ୍ତି ଯେ ଜାନୁୟାରୀ ୨୦୨୧ ରେ ଜଣେ ଛୋଟ ଅତିଥି ତାଙ୍କ ଘରକୁ ଆସିବାକୁ ଯାଉଛନ୍ତି।
Comments are closed.