Latest Odisha News

କଟକରେ ଏନକାଉଣ୍ଟର: ଗୁଳି ଖାଇଲା ଦୁର୍ଦ୍ଦାନ୍ତ ଅପରାଧୀ ରାକା

କଟକ: ଦଶହରା ସରିବା ପରେ କଟକରେ ପୋଲିସର ଏନକାଉଣ୍ଟର । ଆଜି ଜଣେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗୁଳି କରିଛି କମିଶନରେଟ ପୋଲିସ । ଏଥିରେ ବାଲିକୁଦା ଅଞ୍ଚଳର ହାର୍ଡକୋର୍ କ୍ରିମିନାଲ୍ ରାକା ଓରଫ ରାକେଶ ଦାସ ଆହତ ହୋଇଛି । ରାକାର ଗୋଡ଼ରେ ବାଜିଛି ଗୁଳି । ତାକୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।

ରାକା ନିକଟରୁ ଗୋଟିଏ ବନ୍ଧୁକ, ୩ ରାଉଣ୍ଡ ଗୁଳି ଜବତ ହୋଇଛି । ଆଜି ସକାଳ ପ୍ରାୟ ୬ଟା ୩୦ ବୋଳେ ରାକା ଜଗତସିଂହପୁରରୁ କଟକ ଆସୁଥିଲା । ଖବର ପାଇ ପୋଲିସ ପରମହଂସ-ଅଠାଙ୍ଗ ୪୨ ନମ୍ବର ମଉଜା ନଈ ବନ୍ଧରେ ପୋଲିସର ତାକୁ ପିଛା କରିଥିଲା । ପୋଲିସକୁ ଦେଖି ପ୍ରଥମେ ଗୁଳି ଚଳାଇଥିଲା ରାକା । ଏହାପରେ ପୋଲିସର ଗୁଳିମାଡ଼ରେ ସେ ଆହତ ହୋଇଛି । ରାକା ନାଁରେ ରହିଛି ଏକାଧିକ ଅପରାଧିକ ମାମଲା।

Leave A Reply

Your email address will not be published.