Latest Odisha News

BREAKING NEWS

Hardik Arrives in Bbsr: ଭୁବନେଶ୍ୱରରେ ପହଞ୍ଚିଲେ ଅଲରାଉଣ୍ଡର ହାର୍ଦ୍ଦିକ

ଭୁବନେଶ୍ୱର:ଆସନ୍ତା ୯ ତାରିଖରେ କଟକ ବାରବାଟୀରେ ଖେଳାଯିବ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍ । ଏନେଇ ଦୁଇ ଦଳର ଖେଳାଳି ଭୁବନେଶ୍ୱରରେ ପହଞ୍ଚିବା ଆରମ୍ଭ ହୋଇଯାଇଛି। ତେବେ ଆଜି ଭାରତୀୟ ଦଳର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଝଲକ ପାଇବା ପାଇଁ ବିମାନବନ୍ଦରରେ ଫ୍ୟାନମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

ଭୁବନେଶ୍ୱର ବିମାନବନ୍ଦରରୁ ହାର୍ଦ୍ଦିକ କଡ଼ା ସୁରକ୍ଷା ମଧ୍ୟରେ ହୋଟେଲରେ ପହଞ୍ଚିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ମେ ଫେୟାର ହୋଟେଲରେ ରାତ୍ରି ରହଣୀ କରିବେ ।

ଆଗାମୀ ମ୍ୟାଚକୁ ନେଇ ସମସ୍ତଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳୁଛି।

ଏହା ପୂର୍ବରୁ ଗତକାଲି ଦକ୍ଷିଣ ଆଫ୍ରିକା ଓ ଭାରତର କିଛି ଖେଳାଳି ଭୁବନେଶ୍ଵରରେ ପହଞ୍ଚିଥିଲେ। ଓଡ଼ିଶାର ପାରମ୍ପରିକ ରୀତିରେ ଖେଳାଳିଙ୍କୁ ହୋଟେଲ୍ ମେ ଫେୟାରରେ ସ୍ଵାଗତ କରିଥିଲେ।

Leave A Reply

Your email address will not be published.