Latest Odisha News

BREAKING NEWS

ସଡ଼କ ଦୁର୍ଘଟଣାରେ ସୁଶାନ୍ତ ସିଂ ରାଜପୁତଙ୍କ ୫ ସମ୍ପର୍କୀୟ ମୃତ

ପାଟନା: ମଙ୍ଗଳବାର ସକାଳେ ବିହାରର ଲାଖାଇସରାଇ ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ ୬ ଜଣ ପ୍ରାଣ ହରାଇଛନ୍ତି। ଅନ୍ୟ ଚାରିଜଣ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁବରଣ କରିଥିବା ୫ ଜଣଙ୍କୁ ଫିଲ୍ମ ଷ୍ଟାର ସ୍ବର୍ଗତଃ ସୁଶାନ୍ତ ସିଂ ରାଜପୁତଙ୍କ ସମ୍ପର୍କୀୟ ବୋଲି କୁହାଯାଉଛି। ତାଙ୍କ ସହ କାର ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହେଉଛନ୍ତି ହରିୟାଣାରେ ଏଡିଜିପି ପଦରେ ଥିବା ସୁଶାନ୍ତଙ୍କ ସମ୍ପର୍କୀୟ। ମୃତକଙ୍କ ମଧ୍ୟରେ ଅନ୍ୟ ୪ ଜଣ ମଧ୍ୟ ସୁଶାନ୍ତଙ୍କ ସମ୍ପର୍କୀୟ ବୋଲି କୁହାଯାଉଛି।

ମଙ୍ଗଳବାର ସକାଳ ୬.୧୦ ସମୟରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।

Leave A Reply

Your email address will not be published.