Latest Odisha News

ଛାଡପତ୍ର ପରେ ଏହି ଅଭିନେତ୍ରୀଙ୍କୁ ଫଲୋ କଲେ ହାର୍ଦ୍ଦିକ

ମୁମ୍ବାଇ: କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାରେ । କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ନତାସା ଷ୍ଟାନକୋଭିକଙ୍କର ଛାଡପତ୍ର ହୋଇଛି।ଉଭୟଙ୍କ ଛାଡପତ୍ର ପରେ ସୋସିଆଲ ମିଡିଆରେ ପୁଅ ଅଗସ୍ତ୍ୟଙ୍କ ଲାଳଲପାଳନ ଓ ତାଙ୍କ ପତ୍ନୀଙ୍କ ରକ୍ଷଣାବେକ୍ଷଣ ସମ୍ପର୍କରେ ବିଭିନ୍ନ ପ୍ରକାରର ଗୁଜବ ପ୍ରଚାରିତ ହେଉଛି। ଏହାରି ମଧ୍ଯରେ ଭାଇରାଲ ଭିଡିଓ ପାଇଁ ସେ ପୁଣିଥରେ ଚର୍ଚ୍ଚାରେ।

ନିକଟରେ ରାଧିକା ଏବଂ ଅନନ୍ତ ଅମ୍ବାନୀଙ୍କ ବିବାହରେ ହାର୍ଦ୍ଦିକ, ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ସହ ନଜର ଆସିଥିଲେ। ଦୁହେଁ ପରସ୍ପରର ସହ ଖୁସିରେ ନାଚୁଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ଦେଖିବା ପରେ ଫ୍ୟାନ୍ସ ମଧ୍ୟ ଉଭୟଙ୍କ ମଧ୍ୟରେ କ’ଣ ଚାଲିଛି ସେ ବିଷୟରେ ଆଲୋଚନା କରୁଛନ୍ତି।

ଖାଲି ଏତିକି ନୁହେଁ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅନନ୍ୟା ପାଣ୍ଡେ ଇନଷ୍ଟାଗ୍ରାମରେ ପରସ୍ପରକୁ ଫଲୋ କରିଥିଲେ। ଏହି ଖବର ଆସିବା ମାତ୍ରେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି।

୨୦୨୦ରେ ପାଣ୍ଡ୍ୟା ଏବଂ ନତାଶା ବିବାହ କରିଥିଲେ। ତାଙ୍କର  ଅଗସ୍ତ୍ୟ ନାମକ ସନ୍ତାନ ରହିଛି। ତେବେ ପାରସ୍ପରିକ ସହମତି ସହ ସେମାନେ ଅଲଗା ହୋଇଯାଇଛନ୍ତି।

Comments are closed.