Latest Odisha News

BREAKING NEWS

ଆଟାକ ଫିଲ୍ମ ଶୁଟିଂ ବେଳେ ଜନ ଆବ୍ରାହାମ ଆହତ

ମୁମ୍ବାଇ: ଆଟାକ ଫିଲ୍ମ ଶୁଟିଂ ଅବସରରେ ବଲିଉଡର ଆକ୍ସନ ହୀରୋ ଜନ ଆବ୍ରାହାମ ଆହତ ହୋଇଛନ୍ତି । ଫିଲ୍ମର ଏକ ଦୃଶ୍ୟରେ ଜଣେ ବ୍ୟକ୍ତି କାଚର ରଡରେ ତାଙ୍କୁ ପଛ ପଟୁ ଆକ୍ରମଣ କରିଥିଲା । ତେବେ ସାମନ୍ୟ ଭୁଲ ଯୋଗୁ ତାଙ୍କ ବେକ ପାଖରେ ଆଘାତ ଲାଗିଥିଲା । ତେବେ ଏହା ଗୁରୁତର ନୁହେଁ ଏବଂ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ପ୍ରଶଂସକମାନଙ୍କୁ କହିଛନ୍ତି । â

ଜନ ଏହି ଫଟୋ ସୋସିଆଲ ସାଇଟରେ ଶେୟାର କରିଛନ୍ତି । ଏଥିନେଇ ପ୍ରଶଂସକମାନେ ଚିନ୍ତା ବ୍ୟକ୍ତ କରିବା ସହ ସତର୍କ ରହିବା ପାଇଁ କହିଛନ୍ତି । ଖୁବ୍ ଶୀଘ୍ର ମୁଁ ଶୁଟିଂରେ ଯୋଗ ଦେବି ବୋଲି ଜନ କହିଛନ୍ତି ।

Leave A Reply

Your email address will not be published.