Latest Odisha News

ବିଜେପି ସମର୍ଥନରେ ଝାଡ଼ଖଣ୍ଡରୁ ରାଜ୍ୟସଭା ପ୍ରାର୍ଥୀ ହେବେ ଓଡ଼ିଆ ବ୍ୟବସାୟୀ ହରିହର ମହାପାତ୍ର

ରାଞ୍ଚି: ଝାଡଖଣ୍ଡର ଦୁଇଟି ରାଜ୍ୟସଭା ଆସନ ପାଇଁ ହେବାକୁ ଥିବା ନିର୍ବାଚନ ପାଇଁ ନାମାଙ୍କନ ଭରିବେ ଦୁଇ ଜଣ । ଏଥିମଧ୍ୟରୁ ଜଣେ ରହିଛନ୍ତି ଓଡ଼ିଆ । ମୁମ୍ବାଇର ରହୁଥିବା ଏହି ଓଡ଼ିଆ ବ୍ୟବସାୟୀ ହେଉଛନ୍ତି ହରିହର ମହାପାତ୍ର। ସେ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ନେଇଛନ୍ତି। କୁହାଯାଉଛି ଯେ ଶ୍ରୀ ମହାପାତ୍ର ଭାରତୀୟ ଜନତା ପାର୍ଟି (ବିଜେପି) ସମର୍ଥିତ ପ୍ରାର୍ଥୀ ହୋଇପାରନ୍ତି। ସେହିପରି ଅନ୍ୟ ଜଣେ ହେଉଛନ୍ତି ଡକ୍ଟର ସରଫରାଜ ଅହମ୍ମଦ। ଯିଏକି ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ତଥା ପୂର୍ବତନ ବିଧାୟକ ଡକ୍ଟର ସରଫରାଜ ଅହମ୍ମଦ ଗୁରୁବାର (ମାର୍ଚ୍ଚ ୭) ଟିକେଟ୍ କିଣିଛନ୍ତି। ହରିହର ମହାପାତ୍ର ମଧ୍ୟ ଗୁରୁବାର ନାମାଙ୍କନ ପତ୍ର କିଣିଛନ୍ତି। ହରିହର ମହାପାତ୍ର ହେଉଛନ୍ତି ମୁମ୍ବାଇର ଜଣେ ବ୍ୟବସାୟୀ। ସେ ସ୍ପାଇସ୍ ଜେଟ୍ କମ୍ପାନିରେ ୧୧୦୦ କୋଟି ଟଙ୍କା ନିବେଶ କରିଛନ୍ତି। ତାଙ୍କ ପତ୍ନୀ ପ୍ରୀତି ମହାପାତ୍ର ମଧ୍ୟ ରାଜ୍ୟସଭା ନିର୍ବାଚନ ଲଢ଼ିଛନ୍ତି। ୨୦୧୬ରେ ସେ ଦେଶର ଜଣାଶୁଣା ଓକିଲ ତଥା କଂଗ୍ରେସ ନେତା କପିଲ ସିବଲଙ୍କ ବିରୋଧରେ ରାଜ୍ୟସଭା ନିର୍ବାଚନ ଲଢ଼ିଥିଲେ।

୪ ମାର୍ଚ୍ଚ ୨୦୨୪ରେ ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯେଉଁମାନେ ନିର୍ବାଚନ ଲଢ଼ିବାକୁ ଆଗ୍ରହୀ ସେମାନେ ମାର୍ଚ୍ଚ ୧୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିପାରିବେ। ମାର୍ଚ୍ଚ ୧୨ ତାରିଖରେ ନାମାଙ୍କନପତ୍ର ଯାଞ୍ଚ ହେବ।

Comments are closed.