Latest Odisha News

BREAKING NEWS

ଟି୨୦ କ୍ରିକେଟରେ ହରମନପ୍ରୀତଙ୍କ ବିଶ୍ୱରେକର୍ଡ

ନୂଆଦିଲ୍ଲୀ:ଦକ୍ଷିଣ ଆଫ୍ରିକା ବିପକ୍ଷ ମହିଳା ଟି୨୦ ବିଶ୍ୱକପ ମ୍ୟାଚରେ ଭାରତର ସିନିୟର ଖେଳାଳି ହରମନପ୍ରୀତ କୌର ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ସେ ବିଶ୍ୱର ପ୍ରଥମ ଖେଳାଳି ଭାବେ ୨୦୦ ଆନ୍ତର୍ଜାତୀୟ ମ୍ୟାଚ ଖେଳିବା ସୌଭାଗ୍ୟ ଅର୍ଜନ କରିଛନ୍ତି । ଏହା ତାଙ୍କ କ୍ୟାରିୟରର ୧୦ମ ଥର ପାଇଁ ଟି୨୦ ବିଶ୍ୱକପ ଖେଳୁଛନ୍ତି । ଭାରତ ପକ୍ଷରୁ ସର୍ବାଧିକ ବିଶ୍ୱକପ ଖେଳିବାରେ ସେ ରୋହିତ ଶର୍ମାଙ୍କୁ ପଛରେ ପକାଇ ଦେଇଛନ୍ତି । ରୋହିତ ୯ଟି ବିଶ୍ୱକପ ଖେଳିଛନ୍ତି ।

ସର୍ବାଧିକ ଆନ୍ତର୍ଜାତୀୟ ଟି୨୦ ଖେଳିବାରେ ଦ୍ୱିତୀୟ ସ୍ଥାନରେ ନ୍ୟୁଜିଲାଣ୍ଡର ସୁଜାନା ୱିଲିୟମ୍ସ ବେଟ୍ସ ରହିଛନ୍ତି । ସେ ୧୮୪ ମ୍ୟାଚ ଖେଳିଛନ୍ତି । ପୁରୁଷ ଆନ୍ତର୍ଜାତୀୟ ଟି୨୦ରେ ଆୟର୍ଲାଣ୍ଡର ପଲ ଷ୍ଟର୍ଲିନ ଶୀର୍ଷରେ ରହିଛନ୍ତି । ସେ ୧୬୩ ମ୍ୟାଚ ଖେଳିଛନ୍ତି । ରୋହିତ ୧୫୩ ମ୍ୟାଚ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ବିନିମୟରେ ୧୫୮ ରନ ସଂଗ୍ରହ କରିଛି । ହରମନପ୍ରୀତ ୨୪ ରନ କରିଥିଲେ ।

Leave A Reply

Your email address will not be published.