ଭୁବନେଶ୍ବର: ଆଜିକାଲି ଲୋକଙ୍କ ପାଖରେ ସମୟର ଅଭାବ ରହୁଛି । ତେଣୁ କିଛିଜଣ ରାତିରେ ଅଟାକୁ ଦଳି ଫ୍ରିଜରେ ରଖନ୍ତି ଏବଂ ପରଦିନ ସେହି ଅଟା ଦଳାରୁ ରୁଟି ତିଆରି କରନ୍ତି । ବାସ୍ତବରେ,ସେହି ଅଟାରୁ ପ୍ରସ୍ତୁତ ରୁଟି ଖାଇବା ଦ୍ୱାରା ଆପଣ ଅନେକ ରୋଗର ଶିକାର ହୋଇପାରନ୍ତି । ଏହା ବ୍ୟତୀତ, କିଛି ଲୋକ ଅନେକ ଦିନ ଫ୍ରିଜରେ ରଖାଯାଇଥିବା ଅଟା ଚକଟାକୁ ବ୍ୟବହାର କରନ୍ତି, ଯାହା ଅତ୍ୟନ୍ତ କ୍ଷତିକାରକ ହୋଇପାରେ । ଆସନ୍ତୁ ଜାଣିବା ଏହିପରି ଅଟା ବ୍ୟବହାର ଦ୍ବାରା କ’ଣ କ’ଣ କ୍ଷତି ହୋଇଥାଏ ..
ଫଙ୍ଗଲ୍ ସଂକ୍ରମଣର କାରଣ ହୋଇପାରେ: ଫ୍ରିଜରେ ରଖାଯାଇଥିବା ଅଟା ଦ୍ବାରା ଫଙ୍ଗଲ୍ ସଂକ୍ରମଣ ହୋଇପାରେ । ଏହା ଆପଣଙ୍କ ଶରୀରରେ ଆଲର୍ଜି ସୃଷ୍ଟି କରିପାରେ ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ ସମସ୍ୟା ଦେଖାଦେବ । ଯେପରିକି ବାରମ୍ବାର ବାନ୍ତି ହେବା ।
ହଜମ ପ୍ରକ୍ରିୟା ଖରାପ କରିପାରେ: ଫ୍ରିଜରେ ରଖାଯାଇଥିବା ଅଟା ଆପଣଙ୍କ ହଜମ ପ୍ରକ୍ରିୟାକୁ ଖରାପ କରିପାରେ । ଏହା ପେଟର ଖାଦ୍ୟ ସଂକ୍ରମଣର କାରଣ ହୋଇପାରେ ଯାହା ଅନ୍ତନଳୀରେ ଭଲ ବ୍ୟାକ୍ଟେରିଆକୁ କ୍ଷତି ପହଞ୍ଚାଇବ । ପେଟ ସଂକ୍ରମଣର କାରଣ ହୋଇପାରେ ।
ଅନ୍ତନଳୀ ସଂକ୍ରମଣର କାରଣ ହୋଇପାରେ: ଫ୍ରିଜରେ ରଖାଯାଇଥିବା ଅଟା ଅନ୍ତନଳୀ ସଂକ୍ରମଣର କାରଣ ହୋଇପାରେ । ଏହି କାରଣରୁ, ଆପଣଙ୍କର ଅନ୍ତନଳୀରେ ଥିବା ଜୀବାଣୁ ଏବଂ ମାଇକ୍ରୋବାୟୋଟାରେ ଗଡବଡ ହୋଇପାରେ । ତେଣୁ ଏହି ଅଭ୍ୟାସ ରଖନ୍ତୁ ନାହିଁ ।
ଧ୍ୟାନ ରଖନ୍ତୁ ରୁଟି ତିଆରି କରିବା ପାଇଁ ଯେତିକି ଅଟା ଆବଶ୍ୟକ ସେତିକି ଦଳି ବ୍ୟବହାର କରି ଦିଅନ୍ତୁ , ଯାହାଦ୍ବାରା ଅନ୍ତନଳୀ ସଂକ୍ରମଣରୁ ସୁରକ୍ଷିତ ରୁହେ ।
ଯଦି ଅଟାକୁ ସାଧାରଣ କୋଠରୀ ତାପମାତ୍ରାରେ ରଖାଯାଏ, ତେବେ ତିନି-ଚାରି ଘଣ୍ଟା ପରେ ଏଥିରେ ପରିବର୍ତ୍ତନ ଆସିବା ଆରମ୍ଭ ହୁଏ। ବିଶେଷକରି ଗ୍ରୀଷ୍ମ ଋତୁରେ, ଏହା ଶୀଘ୍ର ନଷ୍ଟ ହୋଇପାରେ। ଯଦି ଅଟାକୁ ୬-୭ ଘଣ୍ଟାରୁ ଅଧିକ ସମୟ ପାଇଁ ରଖାଯାଏ, ତେବେ ଶୀଘ୍ର ନଷ୍ଟ ହେବା ସହ ଏହା ଟିକେ ଖଟା ମଧ୍ୟ ହୋଇପାରେ। ଏଗୁଡ଼ିକ ସଙ୍କେତ ଦିଏ ଯେ ଅଟା ଆଉ ତାଜା ନାହିଁ ଏବଂ ଏଥିରୁ ତିଆରି ରୁଟି ଖାଇବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ।
Comments are closed.