ଭୁବନେଶ୍ୱର: ଓଡ଼ିଶା ବିଚାର ବିଭାଗୀୟ ସେବା (ଓଜେଏସ୍) ପରୀକ୍ଷାରେ କିଟ୍ ଲ ସ୍କୁଲ୍ର ୩ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି।
ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ପକ୍ଷରୁ ଗୁରୁବାର ଓଜେଏସ୍ -୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଏଥିରେ କିଟ୍ ଲ ସ୍କୁଲ ୩ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଲ ସ୍କୁଲ୍ର ଅଭିପ୍ସା ମହାକୁଡ଼ ୧୨ତମ, ଶ୍ରୀୟଙ୍କା ଦାଶ ୧୩ ତମ ଓ ଆର୍ଯ୍ୟ କୁମାର ସେନାପତି ୧୮ତମ ସ୍ଥାନରେ ରହିଛନ୍ତି।
ଅଭିପ୍ସା ରାଜ୍ୟ ସରକାରଙ୍କ ଅର୍ଥ ବିଭାଗରେ ସହକାରୀ ନିର୍ଦ୍ଦେଶକ, ଆଇନ୍ ଭାବେ କାର୍ଯ୍ୟ କରୁଥିବା ବେଳେ ଶ୍ରୀୟଙ୍କା ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଗବେଷଣା ସହକାରୀ ଭାବେ କାର୍ଯ୍ୟ କରୁଛନ୍ତି। ଏହି ସଫଳତାରେ ଅଭିଭାବକ ତଥା ଛାତ୍ରଛାତ୍ରୀମାନେ କିଟ୍ ଲ ସ୍କୁଲକୁ ଧନ୍ୟବାଦ ଜଣାଇଛନ୍ତି। ଅପରପକ୍ଷରେ ଏହି ଅଭୂତପୂର୍ବ ସଫଳତାରେ କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରିବା ସହ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
କିଟ୍ ଲ ସ୍କୁଲ୍ର ଗୁଣାତ୍ମକ ଶିକ୍ଷା ଓ ଅଧ୍ୟାପକ ଅଧ୍ୟାପିକାଙ୍କ ନିରନ୍ତର ପ୍ରୟାସ ଯୋଗୁଁ କିଟ୍ ଲ ସ୍କୁଲ୍ର ଛାତ୍ରଛାତ୍ରୀମାନେ ପ୍ରତ୍ୟେକ ବର୍ଷ ସଫଳତା ପାଇ ଆସୁଛନ୍ତି ଓ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହାସଲ କରିପାରୁଛନ୍ତି ବୋଲି ସେ କହିଛନ୍ତି ।
Comments are closed.