ମୁମ୍ବାଇ: ଆମିର ଖାନ ମାର୍ଚ୍ଚ ୧୪ ରେ ତାଙ୍କର ୬୦ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ଗଣମାଧ୍ୟମ ସମ୍ମୁଖରେ ଦୀର୍ଘ ଦିନର ପ୍ରେମ ସମ୍ପର୍କ ବିଷୟରେ ସ୍ପଷ୍ଟ କରିଛନ୍ତି।
୨୫ ବର୍ଷର ପୁରୁଣା ବନ୍ଧୁ ଗୌରୀଙ୍କ ସହ ସମ୍ପର୍କ ଥିବା ନେଇ ସମସ୍ତଙ୍କ ସାମ୍ନାରେ ଖୁଲାସା କରିଛନ୍ତି। ପ୍ରି ବର୍ଥଡେ ପାର୍ଟିରେ ସେ ଶାହାରୁଖ ଖାନ ଓ ସଲମାନ ଖାନଙ୍କ ସହ ମଧ୍ୟ ଗୌରୀଙ୍କ ପରିଚୟ କରାଇଥିବା କହିଛନ୍ତି।
ତେବେ ସେ ପ୍ରଥମ ଥର ପାଇଁ ଏ ସମ୍ପର୍କରେ ମୁହଁ ଖୋଲି କହିଥିଲେ ଯେ ଗୌରୀ ଏବଂ ମୁଁ ୨୫ ବର୍ଷ ଧରି ପରସ୍ପର ସହ ପରିଚିତ। ବର୍ତ୍ତମାନ ଆମେ ଦେଢ ବର୍ଷ ଧରି ଏକାଠି ସାଥି ହୋଇ ରହୁଛୁ। ” ଆମେ ପରସ୍ପର ପ୍ରତି ନିଷ୍ଠାବାନ ଓ ପ୍ରତିବଦ୍ଧ ଅଟୁ।
ତେବେ ସେ ମଜାଳିଆ ଅନ୍ଦାଜରେ କହିଥିଲେ ୬୦ ବର୍ଷ ବୟସରେ ବିବାହ ଉପଯୁକ୍ତ କି ନୁହେଁ, ତାହା ଜାଣିନି। କିନ୍ତୁ ମୋ ନିଷ୍ପତ୍ତିରେ ପିଲାମାନେ ଖୁସି ଅଛନ୍ତି ଏବଂ ମୋ ପୂର୍ବତନ ପତ୍ନୀ ମାନଙ୍କ ସହ ମୋ ସମ୍ପର୍କ ଭଲ ରହିଛି। ଯାହା ପାଇଁ ନିଜକୁ ଭାଗ୍ଯବାନ ମନେ କରୁଛି।
Comments are closed.