Latest Odisha News

ମିସ୍ ୟୁନିଭର୍ସ ୨୦୨୧ ହେଲେ ପଞ୍ଜାବ ସୁନ୍ଦରୀ ହରନାଜ୍ କୌର

ନୂଆଦିଲ୍ଲୀ: ମିସ୍ ୟୁନିଭର୍ସ ୨୦୨୧ରେ ଜଲଓ୍ୱା ଦେଖାଇଲେ ଭାରତୀୟ ସୁନ୍ଦରୀ । ପଞ୍ଜାବର ଝିଅ ହରନାମ କୌର ସାନ୍ଧୁ ମିସ୍ ୟୁନିଭର୍ସ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଛନ୍ତି । ୮୦ ସୁନ୍ଦରୀଙ୍କୁ ପଛରେ ପକାଇ ମିସ୍ ୟୁନିଭର୍ସ ଟାଇଟଲ ଜିତିଛନ୍ତି । ୨୦୨୦ର ମିସ୍ ୟୁନିଭର୍ସ ମେକ୍ସିକୋର ଆଣ୍ଚ୍ରିୟା ମେଜା ତାଙ୍କୁ ପୁକୁଟ ପିନ୍ଧାଇଥିଲେ ।

୭୦ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତା ଇସ୍ରାଏଲର ଇଲିୟଟରେ ଆୟୋଜିତ ହୋଇଥିଲା । ଏଥିରେ ବିଶ୍ୱର କୋଣ ଅନୁକୋଣରୁ ଆସିଥିବା ବଛା ବଛା ସୁନ୍ଦରୀଙ୍କୁ ପଛରେ ପକାଇ ବାଜି ମାରିଥିଲେ ହରନାଜ କୌର । ବିଜେତା ନାଁ ଘୋଷଣା ପରେ କାନ୍ଦି ପକାଇଥିଲେ ହରନାଜ । ଖୁସିରେ ତାଙ୍କ ଆଖିରୁ ଲୁହ ଝରି ଆସିଥିଲା । ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିବା ଯାଏ ସେ କାନ୍ଦୁଥିଲେ ।

ଦ୍ୱିତୀୟ ସ୍ଥାନରେ ମିସ୍ ପାରାଗୁଏ ଓ ତୃତୀୟ ସ୍ଥାନରେ ମିସ୍ ସାଉଥ ଆଫ୍ରିକା ପ୍ରତିଯୋଗୀ ରହିଥିଲେ । ୨୧ ବର୍ଷ ପରେ ଭାରତ ଏହି ପ୍ରତିଯୋଗିତିରେ ବିଜୟୀ ହୋଇଛି । ଶେଷ ଥର ପାଇଁ ୨୦୦୦ ମସିହାରେ ଲାରା ଦତ୍ତା ମିସ୍ ୟୁନିଭର୍ସ ହୋଇଥିଲେ ।

ଭାରତ ତୃତୀୟ ଥର ମିସ୍ ୟୁନିଭର୍ସ ଟାଇଟଲ୍ ନିଜ ନାଁରେ କରିଛି । ୨୧ ବର୍ଷୀୟ ହରନାଜ ଏବେ ପବ୍ଲିକ ଆଡମିନିଷ୍ଟ୍ରେସନରେ ମାଷ୍ଟର ଡିଗ୍ରୀ କରୁଛନ୍ତି । ୨୦୧୯ରେ ସେ ଫେମିନା ମିସ୍ ଇଣ୍ଡିଆ ପଞ୍ଜାବ ହୋଇଥିଲେ । ବହୁ ପଞ୍ଜାବୀ ଫିଲ୍ମରେ ବି ଅଭିନୟ କରିଛନ୍ତି ହରନାଜ ।

Leave A Reply

Your email address will not be published.