Latest Odisha News

BREAKING NEWS

ଆଜି ରାଜ୍ୟରୁ ୧୭୮ କରୋନା ପଜିଟିଭ୍ ଚିହ୍ନଟ, ୧୨ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣରେ ରହିଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଶହ ଭିତରେ ରହିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୭୮ ସଂକ୍ରମିତ । ୧୮ ଜିଲ୍ଲାରୁ ନୂଆ ଆକ୍ରାନ୍ତ ବାହାରିଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୧୦୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୭୩ । ୧୮ ବର୍ଷ ଭିତରେ ଆଉ ୩୭ ଜଣ ପଜିଟିଭ୍ ବାହାରିଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୫ ସଂକ୍ରମିତ ହୋଇଛନ୍ତି । ସମ୍ୱଲପୁରରୁ ୧୫, କଟକରୁ ୧୩, ସୁନ୍ଦରଗଡ଼ରୁ ଆଉ ୧୦ ଜଣ ଆକ୍ରାନ୍ତ ବାହାରିଛନ୍ତି । ବାକି ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଭିତରେ ରହିଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୦ଲକ୍ଷ ୫୧ହଜାର ୭୫୨କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୦ଲକ୍ଷ ୪୧ହଜାର ୩୬୫ । ଏବେ ରାଜ୍ୟରେ ୧୮ଶହ ୯୮ଟି ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.