Latest Odisha News

BREAKING NEWS

ବାଙ୍ଗାଲୋର ସମ୍ମୁଖରେ ୧୬୦ ରନର ଲକ୍ଷ୍ୟ, ହର୍ଷଲଙ୍କୁ ୫ ଉଇକେଟ

ଚେନ୍ନାଇ: ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଶୁକ୍ରବାର ଆଇପିଏଲ ଆରମ୍ଭ ହୋଇଯାଇଛି । ଉଦଘାଟନୀ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ୧୬୦ ରନର ବିଜୟ ଲକ୍ଷ୍ୟ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସମ୍ମୁଖରେ ରଖିଛି । ଟସ୍ ଜିତି ବାଙ୍ଗାଲୋର ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ଦଳର ସ୍କୋର ୨୪ ହୋଇଥିବା ବେଳେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମାଙ୍କ ଉଇକେଟ ହରାଇଥିଲା । ସେ ୧୯ ରନ କରି ରନଆଉଟ ହୋଇଥିଲେ । ଏହା ପରେ କ୍ରିସ ଲାୟନ (୪୯) ଓ ସୂର୍ଯ୍ୟକୁମାର ଯାଦବ(୩୧) ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲେ ।

ମାତ୍ର ବାଙ୍ଗାଲୋରର ହର୍ଷଲ ପଟେଲଙ୍କ ଚମତ୍କାର ୫ ଉଇକେଟ ସଫଳତା ଯୋଗୁ ମୁମ୍ବାଇ ବଡ ସ୍କୋର କରିପାରି ନ ଥିଲା । ହାର୍ଦ୍ଦିକ ପାଣ୍ଡ୍ୟା, କିରନ ପୋଲାର୍ଡ ଓ କୃଣାଳ ପାଣ୍ଡ୍ୟାଙ୍କ ବିଫଳ ହୋଇଥିଲେ । କାୟଲ ଜେମିସନ ଓ ୱାଶିଂଟନ ସୁନ୍ଦର ଗୋଟିଏ ଲେଖାଁଏ ଉଇକେଟ ନେଇଥିଲେ ।

Leave A Reply

Your email address will not be published.