Latest Odisha News

BREAKING NEWS

କୋଭିଡ-୧୯ ସତର୍କତା: ମୋବାଇଲ ସଫା ରଖିବାକୁ ପରାମର୍ଶ ଦେଲେ ବାଗଚୀ

ଭୁବନେଶ୍ୱର: ଦିନକୁ ଜଣେ ବ୍ୟକ୍ତି ମୋବାଇଲକୁ ପ୍ରାୟ ୨୬୦୦ ଥର ଛୁଇଁଥାଏ । ୭୬ ଥର ବ୍ୟବହାର କରିଥାଏ । ଏପରିସ୍ଥଳେ ମୋବାଇଲରୁ ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି । ତେଣୁ ବ୍ୟବହାର କରୁଥିବା ମୋବାଇଲ ଫୋନ୍‌କୁ ଦିନରେ ୪ ରୁ ୫ ଥର ସାବୁନା ପାଣିରେ ଧୋଇବାକୁ ପରାମର୍ଶ ଦେଇଛନ୍ତି କରୋନା ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।
ବାହାରକୁ ଯାଉଥିଲେ ଏଠି ସେଠି ମୋବାଇଲ ଫୋପଡନ୍ତୁ ନାହିଁ । ନିଜ ବ୍ୟାଗରେ ମୋବାଇଲ ରଖନ୍ତୁ ବୋଲି ସେ କହିଛନ୍ତି । ଏଥିସହ ୧,୮୩,୧୧୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୯ ବର୍ଷ ତଳକୁ କାହାର ମୃତ୍ୟୁ ହୋଇନାହିଁ ବୋଲି ସେ ସୂଚନା ଦେଇଛନ୍ତି ।
ସେ ଆହୁରି କହିଛନ୍ତି ଯେ, ମଲ୍ ବନ୍ଦ ରଖାଯାଇଛି କିନ୍ତୁ ଖାଇବା ଦୋକାନ, ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଓ ମେଡିସିନ ଦୋକାନ ଖୋଲା ରହିବ । ବୟସ୍କଙ୍କୁ ପିଡିଏସ୍ ବା ରାସନ ସାମଗ୍ରୀ ଘରେ ପହଂଚାଇ ଦିଆଯିବ ବୋଲି ଗୀତଗୋବିନ୍ଦ ସଦନରେ ମଙ୍ଗଳବାର ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ କରୋନା ମୁକାବିଲା କମିଟିି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.