ହିସାର: ସମ୍ପତି ପାଇଁ ସବୁ ବର୍ବରତା ଟପିଲା ଜନ୍ମ କଲା ଝିଅ। ଚୁଟି ଟାଣି ମାରିଲା, କାମୁଡ଼ିଲା, କହିଲା…..ତୋ ରକ୍ତ ପିଇଲେ ଯାଇ ଶାନ୍ତି ମିଳିବ। ଏଭଳି କିଛି ହୃଦୟ ବିଦାରକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ସୋସିଆଲ ମିଡିଆରେ ଏହି ହୃଦୟ ବିଦାରକ ଭିଡିଓ ବହୁଳ ଭାବରେ ସେୟାର ହେଉଛି, ଯେଉଁଥିରେ ହରିୟାଣାର ହିସାରର ଜଣେ ମହିଳା ତାଙ୍କ ମାଆଙ୍କୁ ଅତି ନିର୍ମାଣ ଭାବରେ ମାରିବା ସହିତ, ତାଙ୍କୁ କାମୁଡ଼ି ତାଙ୍କ ରକ୍ତ ପିଇବେ ବୋଲି କହୁଛନ୍ତି। ସେତିକି ନୁହଁ, ମାଙ୍କ କେଶ ଟାଣି, ଠେଲି, ତାଙ୍କୁ ଚାପୁଡ଼ା ଉପରେ ଚାପୁଡ଼ା କରୁଥିବାର ଦୃଶ୍ୟ ଭିଡ଼ିଓରେ ରହିଛି। ହିସାରର ଆଜାଦ ନଗରର ମଡର୍ଣ୍ଣ ସାକେତ କଲୋନିରୁ ଆସିଥିବା ଏହି ତିନି ମିନିଟର ଭିଡିଓରେ, ରୀତା ନାମକ ଜଣେ ମହିଳା ତାଙ୍କ ମାଆ ନିର୍ମଳା ଦେବୀଙ୍କ ସହିତ ବିଛଣା ଉପରେ କରୁଥିବା ଅତ୍ୟାଚାର ଏବେ ପୁରା ଇଣ୍ଟରନେଟକୁ ସ୍ତବ୍ଧ କରି ରଖିଛି। ମାଆ ବିକଳ ହେଇ କାନ୍ଦୁଛନ୍ତି। କାକୁତି ମିନତି ହେଉଛନ୍ତି, ହେଲେ ସତେ ଯେପରି ମଣିଷ ପାଣି ଭୁଲି ଯାଇଛି ଝିଅ।
ତେବେ ଭିଡିଓଟି ଭାଇରାଲ ହେବା ପରେ, ମହିଳାଙ୍କ ଭାଇ ପୋଲିସରେ ଅଭିଯୋଗ ଦାଖଲ କରିଛନ୍ତି। ତାଙ୍କ ଭଉଣୀ ଓ ଭିଣୋଇ, ତାହା ମାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ହଇରାଣ କରୁଛନ୍ତି। ମାଆଙ୍କୁ ବନ୍ଦୀ କରି ରଖି, ତାଙ୍କ ସମ୍ପତ୍ତି ନିଜ ନାଁରେ କରିବା ପାଇଁ ବାଧ୍ୟ କରୁଛନ୍ତି।
ରୀତାଙ୍କ ଭାଇ ଅମରଦୀପ ସିଂହ ଆହୁରି ବି କହିଛନ୍ତି, ତାଙ୍କ ଭଉଣୀ ଦୁଇ ବର୍ଷ ପୂର୍ବେ ରାଜଗଡ଼ ନିକଟସ୍ଥ ଏକ ଗାଁରେ ରହୁଥିବା ସଞ୍ଜୟ ପୁନିଆଙ୍କୁ ବିବାହ କରିଥିଲେ, କିନ୍ତୁ ପରେ ସେ ତାଙ୍କ ବାପା ଘରକୁ ଫେରି ଆସିଥିଲେ। ପରେ ତାଙ୍କ ସ୍ଵାମୀ ମଧ୍ୟ ସେଥି ଏସି ରହିବାକୁ ଆରମ୍ଭ କରିଥିଲେ। ପୂର୍ବରୁ ସେମାନେ କୁରୁକ୍ଷେତ୍ରରେ ଏକ ପାରିବାରିକ ସମ୍ପତ୍ତି ୬୫ ଲକ୍ଷ ଟଙ୍କାରେ ବିକ୍ରି କରି ତାଙ୍କ ନିଜ ପକରେ ରଖିଥିଲେ। ଏହାକୁ ସେ ବିରୋଧ କରିବାରୁ, ରୀତା ତାଙ୍କୁ ଘରକୁ ଯିବାକୁ ବାରଣ କରିଥିଲେ, ଆଉ ଧମକ ଦେଇଥିଲେ ଯେ, ସେ ତାଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ଆଣିବେ।
ଯାହା ଭିଡ଼ିଓରେ ସ୍ପଷ୍ଟ ଭାବରେ ଦେଖା ଯାଉଥିବା ବେଳେ ଏନେଇ ମହିଳାଙ୍କ ବିରୁଦ୍ଧରେ ପୋଲିସ ମାମଲା ରୁଜୁ କରିଛି। ଆଜାଦ ନଗର ପୋଲିସ ଷ୍ଟେସନର ଷ୍ଟେସନ ହେଡ୍ ଅଫିସର ଇନ୍ସପେକ୍ଟରଙ୍କ କହିବାନୁଯାୟୀ, ରୀତାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଏବଂ ଅଭିଭାବକ ଏବଂ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଏବଂ କଲ୍ୟାଣ ଆଇନ, ୨୦୦୭ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି।
Comments are closed.