ଭୁବନେଶ୍ବର: ସମୟ ସହିତ ଗେମିଙ୍ଗ ଲାପଟପର କାର୍ଯ୍ୟଦକ୍ଷତା ଧୀର ହୋଇପାରେ, ଯାହା ଦ୍ବାରା ଖେଳର ଅନୁଭବରେ ମଜା ଆସିନଥାଏ | ଯଦି ନିଜର ଗେମିଙ୍ଗ ଲାପଟପର ସ୍ପିଡ ବଢାଇବାକୁ ଚାହୁଁଛନ୍ତି ଓ ଗେମିଙ୍ଗର ମଜା ବଢିଆ ଭାବରେ ନେବାକୁ ଚାହୁଁଛନ୍ତି , ତେବେ ଏହି ଟିପ୍ସକ ଫଲୋ କରନ୍ତୁ..
– ଯଦି ଆପଣଙ୍କର ଲାପଟପ୍ ରେ SSD (ସଲିଡ-ଷ୍ଟେଟ୍ ଡ୍ରାଇଭ୍) ନାହିଁ, ଏହାକୁ ଅପଗ୍ରେଡ୍ କରିବାକୁ ପଡିବ । SSD ତମର ଗେମ ଲୋଡିଂ ସ୍ପିଡକୁ ତ୍ୱରାନ୍ୱିତ କରେ । ଏହା ସହିତ, RAM ବୃଦ୍ଧି କରିବା ଦ୍ବାରା ଗେମିଙ୍ଗ ପରଫର୍ମାନ୍ସ କୁ ମଧ୍ୟ ଉନ୍ନତ କରିଥାଏ | ୧୬ଜିବି RAM ସେଟଅପ୍ ଆଜିକାଲିର ଗେମ୍ ପାଇଁ ଭଲ |
-ସର୍ବଦା ଆପଣଙ୍କର ଅପରେଟିଂ ସିଷ୍ଟମ୍ ଏବଂ ଗ୍ରାଫିକ୍ସ ଡ୍ରାଇଭର ଗୁଡ଼ିକୁ ଅପଡେଟ୍ ରଖନ୍ତୁ । ଲେଟେଷ୍ଟ ଅପଡେଟ୍ ବଗ୍ସକୁ ଠିକ୍ କରନ୍ତୁ । NVIDIA ଏବଂ AMDର ଡ୍ରାଇଭର ମେନଜମେଣ୍ଟ ଟୁଲ୍ସ ବ୍ୟବହାର କରି ନିୟମିତ ଭାବରେ ଗ୍ରାଫିକ୍ସ କାର୍ଡକୁ ଅପଡେଟ୍ କରନ୍ତୁ ।
– ଗେମ୍ ଖେଳିବା ପୂର୍ବରୁ ବ୍ୟାକଗ୍ରାଉଣ୍ଡରେ ଚାଲୁଥିବା ଅନାବଶ୍ୟକ ପ୍ରୋଗ୍ରାମ ଏବଂ ଆପ୍ କୁ ବନ୍ଦ କରନ୍ତୁ । ଏହା ଆପଣଙ୍କ ଲାପଟପ୍ ର CPU ଏବଂ RAM ଉପରେ ଚାପକୁ ହ୍ରାସ କରିଥାଏ ।
– ଗେମିଙ୍ଗ ସମୟରେ ଲାପଟପ୍ ଗରମ ହୋଇଯାଏ, ଯାହାଦ୍ବାରା ପରଫର୍ମାନ୍ସ ଉପରେ ପ୍ରଭାବ ପକାଇଥାଏ । ଲାପଟପ୍ ର ଭେଣ୍ଟିଲେସନ୍ ସିଷ୍ଟମ୍ କୁ ସଫା କରନ୍ତୁ ଏବଂ ଏୟାରଫ୍ଲୋ ପାଇଁ ଏକ କୁଲିଂ ପ୍ୟାଡ୍ ର ବ୍ୟବହାର କରନ୍ତୁ ।
-ଲାପଟପ୍ ର ପାୱାର୍ ସେଟିଂକୁ ‘ହାଇ ପରଫର୍ମାନ୍ସ ‘ ମୋଡ୍ ରେ ସେଟ୍ କରନ୍ତୁ । ଏହା ସୁନିଶ୍ଚିତ କରନ୍ତୁ ଯେ ଆପଣଙ୍କର ଲାପଟପ୍ ସର୍ବାଧିକ ପାଓ୍ବାରରେ କାର୍ଯ୍ୟ କରୁ, ବିଶେଷ କରି ଯେତେବେଳେ ଏହା ଚାର୍ଜିଂ ରେ ଥିବ ।
-ଯଦି ଗେମ୍ ଚାଲିଲା ବେଳେ ଲାପଟପ୍ ଭଲରେ କାମ କରୁନି , ତେବେ ଗ୍ରାଫିକ୍ସ ସେଟିଂକୁ ଲୋ କିମ୍ବା ମିଡିୟମରେ ସେଟ୍ କରନ୍ତୁ । ଫ୍ରେମ୍ ରେଟ୍ ସ୍ଥିର ରଖିବା ପାଇଁ, ଆପଣ ଆଣ୍ଟି-ଆଲିସିଂ ଏବଂ ସ୍ୟାଡୋ ଡିଟେଲ ଫିଚରକୁ ବନ୍ଦ କରିପାରିବେ ।
-ଡିସ୍କ କ୍ଲିନଅପ୍ ଏବଂ ଡିଫ୍ରାଗମେଣ୍ଟେସନ୍ ଟୁଲ୍ ବ୍ୟବହାର କରି ଅନାବଶ୍ୟକ ଫାଇଲ୍ ଏବଂ ଡାଟା କ୍ଲିୟର କରନ୍ତୁ । ଏହା ଦ୍ବାରା ଷ୍ଟୋରେଜ୍ ଭଲ କାମ କରିଥାଏ ଏବଂ ସିଷ୍ଟମ୍ କାର୍ଯ୍ୟଦକ୍ଷତାକୁ ଉନ୍ନତ କରିଥାଏ ।
-ବେଳେବେଳେ ଭାଇରସ୍ ଏବଂ ମାଲୱେର୍ ଲାପଟପ୍ ର ସ୍ପିଡ ଧୀମା କରିଥାଏ । ଏକ ଭଲ ଆଣ୍ଟିଭାଇରସ୍ ବ୍ୟବହାର କରି ନିୟମିତ ଭାବରେ ନିଜର ସିଷ୍ଟମ୍ ସ୍କାନ୍ କରନ୍ତୁ ।
– ଗେମିଂ ସମୟରେ ଲାପଟପ୍ କୁ ଚାର୍ଜିଂରେ ରଖନ୍ତୁ | ସୁନିଶ୍ଚିତ କରନ୍ତୁ ଯେ ଲାପଟପ୍ ପାଓ୍ବାର ସେଭିଂ ମୋ଼ଡରେ ନ ଯାଏ ଏବଂ ଗେମ ପରଫର୍ମାନ୍ସକୁ ପ୍ରଭାବିତ ନକରେ ।
– ଯଦି ଉପରୋକ୍ତ ଉପାୟ ଗୁଡିକ କାମ ନକରେ, ଲାପଟପ୍ କୁ ଫ୍ୟାକ୍ଟ୍ରି ରିସେଟ୍ କରିବାକୁ ବିଚାର କରନ୍ତୁ । ସମସ୍ତ ଅନାବଶ୍ୟକ ଫାଇଲ ଏବଂ ସେଟିଂକୁ କ୍ଲିୟର କରିଦେବ ।
Comments are closed.