ମୁମ୍ବାଇ: ଚଳିତ ଆଇପିଏଲରେ ରବିବାର ୱାଙ୍ଖେଡ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ମୁକାବିଲାରେ ୱାନିନ୍ଦୁ ହସରଙ୍ଗାଙ୍କ ଚମତ୍କାର ବୋଲିଂ ସହାୟତାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୬୭ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ୨୦ ଓଭରରେ ୩ ୱିକେଟ ହରାଇ ୧୯୨ ରନ କରିଥିଲା । ଅଧିନାୟକ ଫାପ ଡୁ ପ୍ଲେସି ୭୩, ଗ୍ଲେନ ମ୍ୟାକ୍ସୱେଲ ୩୩ ଓ ଦୀନେଶ କାର୍ତିକ ୩୦ ରନ କରିଥିଲେ । ବିରାଟ କୋହଲି ପୁନର୍ବାର ନୈରାଶ୍ୟଜନକ ପ୍ରଦର୍ଶନ କରି ପ୍ରଥମ ବଲରେ ଆଉଟ ହୋଇଥିଲେ ।
ଜବାବରେ ହାଇଦ୍ରାବାଦ ୧୯.୨ ଓଭରରେ ସମସ୍ତ ୱିକେଟ ହରାଇ ୧୨୫ ରନ କରିବାକୁ ସକ୍ଷମ ହୋଇଥିଲା । ରାହୁଲ ତ୍ରିପାଠୀ ସର୍ବାଧିକ ୫୮ ରନ କରିଥିଲା । ହସରଙ୍ଗା ମାତ୍ର ୧୮ ରନରେ ୫ଟି ୱିକେଟ ନେଇ ବିପକ୍ଷ ଦଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ।
Comments are closed.