Latest Odisha News

BREAKING NEWS

ସାଣ୍ଡାଲ୍‌ହୁଡ୍‌ ଡ୍ରଗ୍‌ ମାମଲା; କନ୍ନଡ ଅଭିନେତ୍ରୀ ସଞ୍ଜନାଙ୍କୁ ସର୍ତ୍ତମୂଳକ ଜାମିନ‌ ପ୍ରଦାନ କଲେ କର୍ଣ୍ଣାଟକ ହାଇକୋର୍ଟ

ନୂଆଦିଲ୍ଲୀ: ସାଣ୍ଡାଲ୍‌ହୁଡ୍‌ ଡ୍ରଗ୍‌ ମାମଲାରେ ଗିରଫ ହୋଇଥିବା କନ୍ନଡ ଅଭିନେତ୍ରୀ ସଞ୍ଜନା ଗାଲରାନୀଙ୍କୁ କର୍ଣ୍ଣାଟକ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ ସଞ୍ଜନାଙ୍କୁ ଡାକ୍ତରୀ ସସମ୍ୟା ପାଇଁ ବେଲ ମିଳିଛି। ତେବେ ଏଥିପାଇଁ ସଞ୍ଜନା ପୂର୍ବରୁ ଜାମିନ ଆବେଦନ କରିଥିଲେ, ଡାକ୍ତରୀ ସମସ୍ୟା ହେତୁ ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସୂଚନା ଅନୁଯାୟୀ ସଞ୍ଜନାଙ୍କ ବେଳ୍‌ରେ ଦର୍ଶାଯାଇଛି ଯେ ତାଙ୍କୁ ତୁରନ୍ତ ଡାକ୍ତରୀ ସାହାଯ୍ୟର ଆବଶ୍ୟକତା ରହିଛି। ଯଦି ତାଙ୍କର ଅସ୍ତ୍ରୋପଚାର ଯଥାଶୀଘ୍ର କରା ନ ଯାଏ, ତେବେ ସେ ଷ୍ଟ୍ରୋକ୍‌ର ଶିକାର ହୋଇଛପାରନ୍ତି। ଏଭଳି ପରିସ୍ଥିତିରେ ସଞ୍ଜନାଙ୍କୁ ସରକାରୀ ଡାକ୍ତରଖାନାରେ ଆବଶ୍ୟକ ପରୀକ୍ଷା କରାଇବାକୁ କୋର୍ଟ ଅନୁମତି ଦେଇଥିଲେ, ଯାହା ପରେ ତାଙ୍କୁ ବେଲ୍‌ ମିଳିଛି।

Comments are closed.