Latest Odisha News

BREAKING NEWS

ଅଭିନେତ୍ରୀ ଶିଖା ମଲହୋତ୍ରା ପକ୍ଷାଘାତର ଶିକାର

ମୁମ୍ବାଇ: ବଲିଉଡ ଲଭର୍ସଙ୍କ ପାଇଁ ଦୁଃଖ ଖବର । ଶାହରୁଖ ଖାନଙ୍କ ଫିଲ୍ମ ଫ୍ୟାନ୍‌ରେ ଅଭିନୟ କରିଥିବା ଅଭିନେତ୍ରୀ ଶିଖା ମଲହୋତ୍ରା ପକ୍ଷାଘାତର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମିଳିଥିବା ଖବର ଅନୁଯାୟୀ ତାଙ୍କ ଶରୀରର ଦକ୍ଷିଣ ପାଶ୍ୱର୍ ଅକାମୀ ହୋଇପଡିଛି ।

ତେବେ ପାରାଲିସିସ୍ ପୂର୍ବରୁ ଶିଖା କରୋନାରେ ସଂକ୍ରମିତ ହୋଇଥିଲେ । କରୋନା ବିରୋଧୀ ଯୁଦ୍ଧରେ ସେ ବିଜୟୀ ହେବାର ମାସକ ପରେ ଗତକାଲି ରାତିରେ ପକ୍ଷାଘାତର ଶିକାର ହୋଇଛନ୍ତି । ଅଭିନେତ୍ରୀ ହେବା ସହ ଶିଖା ଜଣେ ସ୍ୱୀକୃତିପ୍ରାପ୍ତ ନର୍ସ । କରୋନା ମହାମାରୀ ସମୟରେ ସେ ମୁମ୍ବାଇର ଏକ ହସ୍ପିିଟାଲରେ ନର୍ସ ଭାବେ ଲୋକଙ୍କର ସେବା କରିଥିଲେ । ଏଥିପାଇଁ ତାଙ୍କୁ ଖୁବ ପ୍ରଶଂସା ବି ମିଳିଥିଲା ।

କରୋନା ରୋଗୀଙ୍କ ଚିକିତ୍ସା କରୁଥିଲାବେଳେ ଖୋଦ ଶିଖାଙ୍କର ରିପୋର୍ଟ ପଜିଟିଭ ବାହାରିଥିଲା । ତେବେ ଅକ୍ଟୋବର ୨୨ରେ ସେ ସମ୍ପୁର୍ନ ଆରୋଗ୍ୟ ହୋଇ ଘରକୁ ଫେରିଥିଲେ । ୨୦୦୭ରେ ବଲିଉଡରେ ପାଦ ଦେଇଥିବା ଶିଖା ପ୍ରଥମ ଥର ପାଇଁ ଫିଲ୍ମ ଦ ୱାର୍ଲଡ୍ ଅନ୍‌ସିନ୍‌ରେ ଅଭିନୟ କରିଥିଲେ । ପରେ ତାପସୀ ପନ୍ନୁଙ୍କ ସହ ଫିଲ୍ମ ରନିଂ ଶାଦୀ.କମ୍ ଓ ଚଳିତବର୍ଷ କାଂଚିଲିରେ ମଧ୍ୟ ସେ ନଜର ଆସିଥିଲେ ।

Leave A Reply

Your email address will not be published.