ମୁମ୍ବାଇ: ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ପୂର୍ବତନ କମିଶନର ପରମବୀର ସିଂ ଆଣିଥିବା ଅଭିଯୋଗର ତଦନ୍ତ କରିବ ସିବିଆଇ । ପ୍ରାଥମିକ ତଦନ୍ତ କରିବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ । ୧୫ ଦିନ ଭିତରେ ତଦନ୍ତ ସାରିବାକୁ କହିଛନ୍ତି କୋର୍ଟ । ଏହାପରେ ପରବର୍ତ୍ତୀ କାର୍ୟ୍ୟପନ୍ଥା ସ୍ଥିର କରାଯିବ । ଗତ ମାର୍ଚ୍ଚ ୩୧ ତାରିଖରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ବମ୍ବେ ହାଇକୋର୍ଟ । ଅନୀଲ ଦେଶମୁଖଙ୍କ ବିରୋଧରେ ସିବିଆଇ ତଦନ୍ତ ଦାବି କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମୁମ୍ୱାଇର ପୂର୍ବତନ କମିଶନର ପରମବୀର ସିଂ ।

ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପରମବୀର ସିଂ । ମୁମ୍ୱାଇରୁ ଶହେ କୋଟି ଟଙ୍କା ଆଦାୟ କରିବା ପାଇଁ ଅନୀଲ ଦେଶମୁଖ ଗିରଫ ପୋଲିସ ଅଫିସର ସଚିନ ବାଜେଙ୍କୁ ଟାର୍ଗେଟ ଦେଇଥିଲେ । ପୋଲିସ କମିଶନର ପଦରୁ ପରମବୀର ସିଂଙ୍କ ବଦଳି ପରେ ଚିଠିରେ ସେ ଏକଥା ଖୁଲ୍ଲାସା କରିଥିଲେ ।

ଅନୀଲ ଦେଶମୁଖଙ୍କ ବିରୋଧରେ ତଦନ୍ତ ପାଇଁ ପରମବୀର ସିଂ ସୁପ୍ରିମକୋର୍ଟରେ ପିଟିସନ୍ କରିଥିଲେ । ହାଇକୋର୍ଟ ଯିବାକୁ ନିର୍ଦ୍ଦେ ଦେଇଥିଲେ ସର୍ବୋଚ୍ଚ ଅଦାଲତ । ଏବେ କୋର୍ଟ ସିବିଆଇକୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି । କୋର୍ଟ କହିଛନ୍ତି, ଅନୀଲ ଦେଶମୁଖ ଗୃହ ମନ୍ତ୍ରୀ ଅଛନ୍ତି । ନିରପେକ୍ଷ ତଦନ୍ତ ପାଇଁ ପୋଲିସ ଉପରେ ନିର୍ଭର କରାଯାଇ ପାରିବ ନାହିଁ । ସିବିଆଇ ପ୍ରାରମ୍ଭିକ ତଦନ୍ତ କରିବ । ଠୋସ୍ ପ୍ରମାଣ ମିଳିଲେ ଅନୀଲ ଦେଶମୁଖଙ୍କ ବିରୋଧରେ ଏଫଆଇଆର ଦାଖଲ କରିବ ସିବିଆଇ ।
BREAKING NEWS
- ଯୁକ୍ତ ଦୁଇ ଖାତାଦେଖା ଆରମ୍ଭ
- ୧୬ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ୩ ନିଶା ମାଫିଆ ଗିରଫ
- ଅସମ୍ଭାଳ ହେଲାଣି ଗରମ ଓ ଗୁଳୁଗୁଳି: କାଳବୈଶାଖୀ ନେଇ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ଔଷଧ ଉପରେ ୧୦୦ ପ୍ରତିଶତ ଶୁଳ୍କ
- India attends UK meet: ହୋର୍ମୁଜ୍ ପାଇଁ ୬୦ରୁ ଅଧିକ ଦେଶ ହେଲେ ଏକତ୍ରିତ:ଭାରତ କହିଲା – ଆମେ ନାବିକମାନଙ୍କୁ ହରାଇଛୁ, ଉତ୍ତେଜନା ହ୍ରାସ ପାଇଁ…
- Nandankanan:ସୃଷ୍ଟି ହେଲା ନୂତନ ରେକର୍ଡ…ନନ୍ଦନକାନନରୁ ୨୬.୩୧ କୋଟିର ରାଜସ୍ୱ ସଂଗ୍ରହ
- Organ Donation: ପ୍ରାଣ ହରେଇବା ପରେ ବି ଅମର ହେଲେ ଚାଷୀ;ପ୍ରଶାସନ ପକ୍ଷରୁ ‘ଗାର୍ଡ ଅଫ ଅନର’ ପ୍ରଦାନ…
- କୋହଲିଙ୍କ ପରେ ରୋହିତଙ୍କୁ ପଛରେ ପକାଇଲେ ପାକିସ୍ତାନର ଏହି ବ୍ୟାଟ୍ସମ୍ୟାନ
- ଧମାକା କଲା ‘ରାମାୟଣ’ର ଟିଜର; ଭାବପ୍ରବଣ ହେଲେ ନିର୍ଦ୍ଦେଶକ କହିଲେ, ୭ ବର୍ଷର କଠିନ ପରିଶ୍ରମ…
- Kharazi ‘gravely wounded’:ଆମେରିକା-ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ପରାମର୍ଶଦାତା ଖରାଜି ଗୁରୁତର
Comments are closed.