ମୁମ୍ବାଇ: ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ପୂର୍ବତନ କମିଶନର ପରମବୀର ସିଂ ଆଣିଥିବା ଅଭିଯୋଗର ତଦନ୍ତ କରିବ ସିବିଆଇ । ପ୍ରାଥମିକ ତଦନ୍ତ କରିବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ । ୧୫ ଦିନ ଭିତରେ ତଦନ୍ତ ସାରିବାକୁ କହିଛନ୍ତି କୋର୍ଟ । ଏହାପରେ ପରବର୍ତ୍ତୀ କାର୍ୟ୍ୟପନ୍ଥା ସ୍ଥିର କରାଯିବ । ଗତ ମାର୍ଚ୍ଚ ୩୧ ତାରିଖରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ବମ୍ବେ ହାଇକୋର୍ଟ । ଅନୀଲ ଦେଶମୁଖଙ୍କ ବିରୋଧରେ ସିବିଆଇ ତଦନ୍ତ ଦାବି କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମୁମ୍ୱାଇର ପୂର୍ବତନ କମିଶନର ପରମବୀର ସିଂ ।

ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପରମବୀର ସିଂ । ମୁମ୍ୱାଇରୁ ଶହେ କୋଟି ଟଙ୍କା ଆଦାୟ କରିବା ପାଇଁ ଅନୀଲ ଦେଶମୁଖ ଗିରଫ ପୋଲିସ ଅଫିସର ସଚିନ ବାଜେଙ୍କୁ ଟାର୍ଗେଟ ଦେଇଥିଲେ । ପୋଲିସ କମିଶନର ପଦରୁ ପରମବୀର ସିଂଙ୍କ ବଦଳି ପରେ ଚିଠିରେ ସେ ଏକଥା ଖୁଲ୍ଲାସା କରିଥିଲେ ।

ଅନୀଲ ଦେଶମୁଖଙ୍କ ବିରୋଧରେ ତଦନ୍ତ ପାଇଁ ପରମବୀର ସିଂ ସୁପ୍ରିମକୋର୍ଟରେ ପିଟିସନ୍ କରିଥିଲେ । ହାଇକୋର୍ଟ ଯିବାକୁ ନିର୍ଦ୍ଦେ ଦେଇଥିଲେ ସର୍ବୋଚ୍ଚ ଅଦାଲତ । ଏବେ କୋର୍ଟ ସିବିଆଇକୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି । କୋର୍ଟ କହିଛନ୍ତି, ଅନୀଲ ଦେଶମୁଖ ଗୃହ ମନ୍ତ୍ରୀ ଅଛନ୍ତି । ନିରପେକ୍ଷ ତଦନ୍ତ ପାଇଁ ପୋଲିସ ଉପରେ ନିର୍ଭର କରାଯାଇ ପାରିବ ନାହିଁ । ସିବିଆଇ ପ୍ରାରମ୍ଭିକ ତଦନ୍ତ କରିବ । ଠୋସ୍ ପ୍ରମାଣ ମିଳିଲେ ଅନୀଲ ଦେଶମୁଖଙ୍କ ବିରୋଧରେ ଏଫଆଇଆର ଦାଖଲ କରିବ ସିବିଆଇ ।
BREAKING NEWS
- ୪ ରାଜ୍ୟରେ କରୁଥିଲେ ଅନଲାଇନ ଟ୍ରେଡିଂ ଠକେଇ, ତିନି ଗିରଫ
- ରାଜ୍ୟ ସରକାର ଭୁଲ ତଥ୍ୟ ଦେଇ ବିଶ୍ୱ ବ୍ୟାଙ୍କ ଟିମ୍ ଓ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି: ବିଜେଡି
- Joranda Mela: ଚଳଚଞ୍ଚଳ ଢେଙ୍କାନାଳ;ଆରମ୍ଭ ହେଉଛି ବିଶ୍ବ ପ୍ରସିନ୍ଧ ଯୋରନ୍ଦା ମେଳା
- Gopalpur Mahotsav: ଗଞ୍ଜାମ ଜିଲ୍ଲାବାସୀଙ୍କୁ ୪୯୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ ଭେଟି;୩୨ କୋଟିରେ ଗୋପାଳପୁର…
- ସମସ୍ତ ଚାଷୀଙ୍କ ଧାନ ସରକାର କିଣିବେ, କାହାରି ବି ଟୋକନ ଲାପ୍ସ ଯିବ ନାହିଁ: ମନ୍ତ୍ରୀ
- Odisha Budget 2026-27: ଏହି ଦିନରୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ, ୨୦ରେ ବଜେଟ୍ ଉପସ୍ଥାପନ
- Naxalites Surrender: ‘ଲାଲ ଆତଙ୍କ’ଉପରେ ପ୍ରହାର: ୮ଲକ୍ଷ ପୁରସ୍କାର ରାଶି ଥିବା ୪ ମାଓବାଦୀଙ୍କ ଆତ୍ମସମର୍ପଣ
- ଏଣିକି ମହାପ୍ରୟାଣ ପରିବର୍ତ୍ତେ ‘୧୦୯ ନମ୍ବର’ ଗାଡି ବ୍ୟବହାର କରାଯିବ: ସ୍ବାସ୍ଥ୍ୟମନ୍ତ୍ରୀ
- ୧୯ ବର୍ଷରୁ କମ ମହିଳା ଫୁଟବଲ: ଭାରତୀୟ ଦଳରେ ସ୍ଥାନ ପାଇଲେ ଓଡିଶାର ଆକାଶୀ
- ରଣଜୀ ଟ୍ରଫି: ଓଡିଶା ବିପକ୍ଷରେ ଝାରଖଣ୍ଡ ୩୮ ରନରେ ପଛୁଆ
Comments are closed.