ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ପିତାମହଲ ଗାଁ ନିକଟ ଜଙ୍ଗଲରୁ ଜଣେ OAPF ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି । ଯବାନ ଜଣକଙ୍କ ପରିଚୟ ଗୌରୀ ତାଡ଼ିଙ୍ଗି ବୋଲି ଜଣାପଡିଛି । ସେ ରାୟଗଡ଼ା ଟାଉନ ଥାନାରେ କାର୍ଯ୍ୟରତ ଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ସୂଚନା ମୁତାବକ, OAPF ଯବାନ ଗୌରୀ ତାଡ଼ିଙ୍ଗି ବୁଧବାର ରାତିରେ ପାଟ୍ରୋଲିଂ ଦାୟିତ୍ଵରେ ଥିଲେ । ସେ ଡ୍ୟୁଟି ସାରି ଆଜି ଭୋରୁ ଶେଷଖାଲ ଅଭିମୁଖେ ଯାଉଥିଲେ। ସକାଳେ ପିତାମହଲ ଗାଁ ନିକଟ ଆଇଟିଆଇ ଟ୍ରେନିଂ ସେଣ୍ଟର ନିକଟରେ ତାଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ ।
ଗୌରୀଙ୍କ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ସେ କିଛି ଦିନ ହେବ ଅସୁସ୍ଥ ଥିଲେ ଏବଂ କାର୍ଯ୍ୟରେ ଯୋଗ ଦେବା ବେଳେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିଲେ ବୋଲି ପରିବାର ଲୋକେ କହିଛନ୍ତି ।
Comments are closed.