Latest Odisha News

BREAKING NEWS

ମୟୁରଭଞ୍ଜ: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପିଅନ ଓ ପ୍ରଧାନଶିକ୍ଷକଙ୍କୁ ନିସ୍ତୁକ ମାଡ଼

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅନ୍ତର୍ଗତ ଖଇରବାଣୀ ସ୍ଥିତ ପଞ୍ଚପଲି ହାଇସ୍କୁଲରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ସ୍ଥାନୀୟ ଲୋକେ ପ୍ରଧାନଶିକ୍ଷକ ଓ ପିଅନଙ୍କୁ ନିସ୍ତୁକ ବାଡେଇଥିବା ଭଳି ଘଟଣା ନଜରକୁ ଆସିଛି ।

ମିଳିଥିବା ସୂଚନା ଅନୁଯାୟୀ ଶନିବାର ଦିନ ସେହି ବିଦ୍ୟାଳୟର ୭ମ ଶ୍ରେଣୀ ଛାତ୍ରୀଙ୍କୁ ରବୀନ୍ଦ୍ର ସାହୁ ନାମକ ଜଣେ ପିଅନ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଥିଲା ।

ଅନ୍ୟପକ୍ଷରେ ଏହି ଛାତ୍ରୀ ଜଣଙ୍କ ଘଟଣା ପ୍ରଘଟ କରିବା ପରେ ଗ୍ରାମବାସୀମାନେ ଅତ୍ୟନ୍ତ ଉତ୍ୟକ୍ତ ହୋଇ ସ୍କୁଲ ଭିତରେ ପଶି ପ୍ରଧାନଶିକ୍ଷକ ଓ ପିଅନଙ୍କୁ ନିସ୍ତୁକ ମାଡ ମାରିଛନ୍ତି ।

ଆହୁରି ମଧ୍ୟ ଖବର ପାଇ ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏଥିସହିତ ପୋଲିସ ପିଅନକୁ ଅଟକ ରଖିଥିବା ନେଇ ସୁତ୍ରରୁ ପ୍ରକାଶ ।

ତେବେ ଏହି ଘଟଣାରେ ଉତ୍ୟକ୍ତ ଗ୍ରାମବାସୀ ବୈଶିଙ୍ଗା–ମାଣତ୍ରୀ ରାସ୍ତା ଅବରୋଧ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିବା ନେଇ ସୂଚନା ମିଳିଛି।

Leave A Reply

Your email address will not be published.