Latest Odisha News

BREAKING NEWS

‘ହୋସଲା-୨୦୧୮’: ସମସ୍ତ ବିଜେତା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ଓ ପୁରସ୍କାର ରାଶି ଘୋଷଣା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟ ଠାରେ ‘ହୋସଲା-୨୦୧୮’ରେ ଭାଗ ନେଇଥିବା ଓଡିଶାର ପୁଅ ଓ ଝିଅମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

ଏହି ପ୍ରତିଯୋଗିତାରେ ବିଜେତା ଲାଭ କରି ପ୍ରଥମସ୍ଥାନ ଅଧିକାର କରିଥିବା ପ୍ରତ୍ୟେକ ପିଲାଙ୍କୁ ୬୦ ହଜାର ଟଙ୍କା, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ପ୍ରତ୍ୟେକ ପିଲାଙ୍କୁ ୩୦ ହଜାର ଟଙ୍କା ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତ୍ୟେକ ପିଲାଙ୍କୁ ୨୦ ହଜାର ଟଙ୍କା ପ୍ରଦାନ ପୁରସ୍କାର ରାଶି ଘୋଷଣା କରିଛନ୍ତି ।

ଏଥିସହିତ ପିଲାମାନଙ୍କ ପ୍ରଦର୍ଶନରେ ଖୁସି ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ ସମସ୍ତ ପିଲାମାନଙ୍କୁ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ‘ବିଶ୍ୱକପ୍ ହକି’ ଖେଳ ଦେଖିବା ପାଇଁ ଆମନ୍ତ୍ରଣ କରିଛନ୍ତି ।

ସୂଚନାଯୋଗ୍ୟ, ହୋସଲା ହେଉଛି ଏକ ଆନ୍ତଃ ଶିଶୁସେବା ଅନୁଷ୍ଠାନ ପ୍ରତିଯୋଗିତା ଉତ୍ସବ । ଯାହା ନଭେମ୍ବର ୨୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀଠାରେ ଜାତୀୟସ୍ତରରେ ହୋସଲା-୨୦୧୮ ଅନୁଷ୍ଠିତ ହୋଇଥିଲା ।

ଆହୁରି ମଧ୍ୟ ଓଡିଶାରୁ ୧୮ ବର୍ଷରୁ କମ୍ ୩୭ ଜଣ ପିଲା, ଫୁଟବଲ, ଚେସ୍, ଆଥଲେଟିକ୍ସ, ଚିତ୍ରାଙ୍କନ, ତର୍କ ଓ ମଡେଲ ନିର୍ମାଣ ଆଦି ପ୍ରତିଯୋଗିତାରେ ଭାଗ ନେଇ ୧୪ଟି ସ୍ୱର୍ଣ୍ଣର୍, ୪ଟି ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି ।

ଏହି ଇଭେଣ୍ଟରେ ୧୮ଟି ପ୍ରତିଯୋଗୀ ରାଜ୍ୟମାନଙ୍କ ମଧ୍ୟରେ ଓଡିଶାର ପ୍ରଦର୍ଶନ ସର୍ବଶ୍ରେଷ୍ଠ ରହିଥିଲା ।

Leave A Reply

Your email address will not be published.