Latest Odisha News

BREAKING NEWS

ଭୁବନେଶ୍ୱର ବିମାନ ବନ୍ଦର ସମ୍ପ୍ରସାରଣ ସହ ନିର୍ମାଣ ହେବ ୩ୟ ଟର୍ମିନାଲ

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦିନକୁ ଦିନ ଯାତ୍ରୀଙ୍କ ଅଭିବୃଦ୍ଧିକୁ ନଜରରେ ରଖି ଭୁବନେଶ୍ୱର ବିମାନବନ୍ଦର ସମ୍ପ୍ରସାରଣ ସହ ତୃତୀୟ ଟର୍ମିନାଲ ନିର୍ମାଣ ହେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ସୋମବାର ଦିନ ବେସାମରିକ ବିମାନ ଚଳାଚଳ ବିଭାଗର ଯୁଗ୍ମ ସଚିବ ଉଷା ପାଢୀ କହିଛନ୍ତି “ଏନେଇ କେନ୍ଦ୍ର ବେସମାରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ବୈଠକ ପରେ କ଼ାର୍ଯ୍ୟକାରୀ ହେବ” ।

ଏଥିସହିତ ଆଗାମୀ ବର୍ଷ ଜୁଲାଇ ମାସ ବେଳକୁ ଏହି ତୃତୀୟ ଟର୍ମିନାଲର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ଏବଂ ଏହି ଟିର୍ମିନାଲ ପାଇଁ ୯୩୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି ।

ଝାରସୁଗୁଡା ଠାରେ ନବନିର୍ମିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରର ଉଡାଣ ସ୍ଥଗିତ ରହିବା ସମ୍ପର୍କରେ ଶ୍ରୀମତି ପାଢୀ କହିଛନ୍ତି “ ଏନେଇ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରିଛନ୍ତି, ଏବଂ ଆସନ୍ତା ଜାନୁୟାରୀ ମାସରୁ ଏଠାରେ ବିମାନ ଚଳାଚଳ ସେବା ଚାଲୁ ହେବା ନେଇ” ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.