ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ଛଅଟି ହସ୍ପିଟାଲରେ ପାଇଲଟ୍ ଭିତ୍ତିରେ ‘ସ୍ୱାସ୍ଥ୍ୟ ଏଟିଏମ୍ ମେସିନ୍’ ସ୍ଥାପନ କରିଛନ୍ତି କନ୍ଧମାଳ ପ୍ରଶାସନ ।
ଏକ ଏନଜିଓ ଏବଂ ଏକ ଆର୍ଥିକ ସେବା ଗ୍ରୁପର ସହଯୋଗରେ ଏହି ମେସିନ ସ୍ଥାପନ କରାଯାଇଛି। ଏଥିରେ ପ୍ରାୟ ୬୦ ପ୍ରକାରର ସ୍ୱାସ୍ଥ୍ୟ ପରୀକ୍ଷା ହୋଇପାରିବ ବୋଲି ଜଣାପଡିଛି। ତେବେ ଏହି ମେସିନ ଫିରିଙ୍ଗିଆ, ନୂଆପଡା, ଗୋଚ୍ଛାପଡା, ବଲଣ୍ଡାପଡା ଏବଂ ସଡାଙ୍ଗିଆର ଏକ ଉପ-କେନ୍ଦ୍ର ସମେତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଥାପିତ ହୋଇଛି।
ଫିରିଙ୍ଗିଆ ପିଏଚସିର ଟେକ୍ନିସିଆନ୍ ଏବଂ ମେଡିକାଲ୍ ଅଫିସରମାନଙ୍କ ଉପସ୍ଥିତିରେ ଏହାର ଏକ ଲାଇଭ୍ ଡେମୋ କରାଯାଇଥିଲା।
ଅପରପକ୍ଷରେ ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା ବ୍ୟତୀତ ଏଥିରେ ରୋଗୀମାନେ ଆଖି ପରୀକ୍ଷା, ଇଏନଟି, ଚର୍ମ ଏବଂ ନଖ ଯାଞ୍ଚ, ରକ୍ତ ପରୀକ୍ଷା, ଲିପିଡ୍ ପ୍ରୋଫାଇଲ୍ ପରୀକ୍ଷା ସହ ଓଡ଼ିଆରେ ମଧ୍ୟ ସଠିକ ପରୀକ୍ଷା ରିପୋର୍ଟ ପାଇପାରିବେ। ଏନେଇ କନ୍ଧମାଳର ସିଡିଏମଓ ସନ୍ତୋଷ କୁମାର ପାଢ଼ୀ ଗଣମାଧ୍ୟମକୁ କହିଛନ୍ତି ଯେ ଗ୍ରାମାଞ୍ଚଳର ରୋଗୀମାନେ ଏହା ସହାୟତା ରେ ଫୋନ୍ ମାଧ୍ୟମରେ ଡାକ୍ତରଙ୍କ ସହିତ ପରାମର୍ଶ କରିପାରିବେ। ଏଥିସହ ହ୍ୱାଟ୍ସଆପ୍ କିମ୍ବା ଇମେଲ୍ ମାଧ୍ୟମରେ ରିପୋର୍ଟ ପାଇପାରିବେ।
ତେବେ ଏହା ସୌରଚାଳିତ ହୋଇଥିବା ବେଳେ ଦୁର୍ଗମ ଅଞ୍ଚଳ ଗୁଡିକରେ ବିଦ୍ୟୁତ୍ ସରବରାହ ନରହିଲେ ମଧ୍ଯ ଲୋକମାନେ ସୁବିଧା ପାଇପାରିବେ ବୋଲି ସେ କହିଛନ୍ତି।
Comments are closed.