Latest Odisha News

BREAKING NEWS

ସ୍ୱାସ୍ଥ୍ୟ ପାଇଁ ଉପକାରୀ ମୁଗ ଡାଲି

ସମସ୍ତ ପ୍ରକାର ଡାଲି ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟୀ ହୋଇଥାଏ । ଡାଲି ମଧ୍ୟରେ ମୁଗ ଡାଲି ସର୍ବୋତ୍ତମ। ଡାଲିରେ ଯେତେ ପୁଷ୍ଟିକର ଉପାଦାନ ଅଛି ତାହା କ୍ଷୀରରେ ମଧ୍ୟ ନଥାଏ । ତେଣୁ ଡାକ୍ତରମାନେ ଡା଼ଲି ଖାଇବାକୁ ପରାମର୍ଶ ଦେଇଥାଆନ୍ତି । ଡାଲିକୁ ପ୍ରୋଟିନର ଭଣ୍ଡାର ବୋଲି କହନ୍ତି । ଏଥିରେ ଭିଟାମିନ୍, ଫାଇବର, ପୋଟାସିୟମ୍, ଫସଫରସ୍, ମ୍ୟାଗ୍ନେସିୟମ୍, ଆଇରନ୍, ଭିଟାମିନ୍ ବି ଭଳି ଉପାଦାନ ଭରପୂର ମାତ୍ରାରେ ରହିଥାଏ । ତେବେ ଆସନ୍ତୁ ଜାଣିବା ମୁଗ ଡ଼ାଲିର ଫାଇଦା ବିଷୟରେ ।

ପେଟ ପାଇଁ ମୁଗ ଡାଲି ଖାଇବା ଅତ୍ୟନ୍ତ ଲାଭଦାୟୀ ହୋଇଥାଏ । ଏଥିରେ ଭରପୂର ମାତ୍ରାରେ ଫାଇବର ରହିଥାଏ ଯାହା ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ । ଏହା ଖାଇବା ଦ୍ବାରା ହଜମ ସହ ଜଡିତ ଅନେକ ସମସ୍ୟା ଦୂର ହୋଇଥାଏ।

ଶରୀରରେ ବଢୁଥିବା କୋଲେଷ୍ଟ୍ରଲକୁ କମାଇବା ପାଇଁ ମୁଗ ଡ଼ାଲି ସହାୟକ ହୋଇଥାଏ । ଡାଲି ଫାଇବରରେ ଭରପୂର ଅଟେ, ଯାହା କୋଲେଷ୍ଟ୍ରଲ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ମୁଗଡାଲି ଖାଇବା ଦ୍ବାରା ହୃଦଘାତର ଆଶଙ୍କା ମଧ୍ୟ କମ୍‌ ହୋଇଥାଏ ।

ଓଜନ ହ୍ରାସ କରିବାକୁ ଚାହୁଁଥିବା ଲୋକେ ମୁଗ ଡାଲି ଖାଇବା ଉଚିତ୍ । ଏଥିରେ ପ୍ରୋଟିନ୍ ଓ ଫାଇବର ଥାଏ, ଯାହା ପେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରଖିଥାଏ । ଯାହା ଫଳରେ ଶୀଘ୍ର ଭୋକ ଲାଗେ ନାହିଁ ।

ଦୁର୍ବଳ ଅନୁଭବ କରୁଥିଲେ ମୁଗ ଡାଲି ଖାଆନ୍ତୁ । ଏଥିରେ ଆଇରନ୍, ପ୍ରୋଟିନ୍ ପରି ବହୁ ଦରକାରୀ ଉପାଦାନ ଭରପୂର ମାତ୍ରାରେ ରହିଥାଏ, ଯାହା ଶରୀରକୁ ଶକ୍ତି ପ୍ରଦାନ କରେ ।

 

Comments are closed.