Latest Odisha News

BREAKING NEWS

ଗୁଲାମଙ୍କ ବହିରେ ଲୁଲୁ କଥା, ଭାବବିହ୍ୱଳ ହେଲେ ଝିଅ ଉପାସନା ମହାପାତ୍ର

ଭୁବନେଶ୍ୱର: ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ବହିରେ ସ୍ୱର୍ଗତ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ସ୍ମୃତି ଚାରଣ ହୋଇଛି। କିଭଳି ଲୁଲୁ ଗୁଲାମଙ୍କୁ ମହାବାତ୍ୟା ସମୟରେ ସ୍ବାଗତ କରିଥିଲେ ଏବଂ କିଭଳି ତାଙ୍କର ନେତୃତ୍ୱ ଥିଲା ଆଦି ‘ଆଜାଦ୍’ ବହିରେ ସ୍ମୃତି ଚାରଣ ହୋଇଛି। ଲୁଲୁଙ୍କ ଝିଅ ଉପସନା ମହାପାତ୍ର ଟୁଇଟ୍ କରି ଭାବବିହ୍ୱଳ ହେବା ସହ ଗୁଲାମନବୀଙ୍କୁ ଟ୍ବିଟ୍ ଜରିଆରେ ଧନ୍ୟବାଦ ଦେଇଛନ୍ତି।

ଗୁଲାମ ନବୀ ଆଜାଦ ଦେଶର ଜଣେ ବରିଷ୍ଠ ନେତା। ସେ ଦୀର୍ଘଦିନ ଧରି କଂଗ୍ରେସରେ ଥିଲେ। ହେଲେ ଦଳରେ କୋଣଠେସା ହେବା ପରେ ନିଜେ ଏକ ରାଜନୈତିକ ଦଳ ଗଢ଼ିଛନ୍ତି। କଂଗ୍ରେସ କ୍ଷମତାରେ ଥିବା ବେଳେ ସେ କେନ୍ଦ୍ରମନ୍ତ୍ରୀ ରହିଥିଲେ ଏମିତିକି ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ। କଂଗ୍ରେସରୁ ଇସ୍ତଫା ଦେବା ପରେ ସେ ଏହି ‘ଆଜାଦ’ ବହି ଲେଖିଛନ୍ତି।

ବହିରେ ଉଲ୍ଲେଖ ରହିଛି, ମହାବାତ୍ୟା ସମୟରେ ଗୁଲାମ କେନ୍ଦ୍ରମନ୍ତ୍ରୀ ଭାବେ ଓଡ଼ିଶା ଗସ୍ତରେ ଆସିଥିଲେ। ସେ ଯେତେବେଳେ ବିମାନ ବନ୍ଦରରେ ଓହ୍ଲାନ୍ତି ସବୁକିଛି ଅନ୍ଧାର ଭଳି ଥାଏ। ଆଉ ଗଛ ସବୁ ଶୋଇ ହୋଇ ରହିଥାଏ। ତେଣୁ ପରୀ ଯାଇ ସ୍ଥିତି ଅନୁଧ୍ୟାନ କରିବା କଷ୍ଟକର ହୋଇପଡ଼ିଥାଏ। ଯଦିଓ ରାଜ୍ୟ ସରକାରଙ୍କ କୌଣସି ଅଧିକାରୀ ତାଙ୍କୁ ସ୍ୱାଗତ କରିବାକୁ ଆସିନଥିଲେ ହେଲେ ଲୁଲୁ ମହାପାତ୍ର ତାଙ୍କର ଶତାଧିକ ସମର୍ଥକଙ୍କୁ ଆଣି ଯେଉଁଭଳି ସ୍ବାଗତ କରିଥିଲେ ତାହା ଗୁଲାମଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଖୁସି ଦେଇଥିଲା ବୋଲି ବହିରେ ଉଲ୍ଲେଖ ରହିଛି।

ଏହାପରେ ରାସ୍ତାରେ ଶୋଇଯାଇଥିବା ଗଛକୁ କିଭଳି ସାଇଡ୍ କରି ଯାଇଥିଲେ ଏବଂ ଗେଷ୍ଟ ହାଉସରେ କିଭଳି ଅନ୍ଧାର ଥିଲା ଯେଉଁଠି ଜଣେ କେବଳ ଚପରାସି ଥିଲେ ଆଦି ଅନେକ କଥା ଗୁଲାମ ତାଙ୍କ ବହିରେ ଉଲ୍ଲେଖ କରିଛନ୍ତି। କେବଳ ଲୁଲୁ ନୁହନ୍ତି ସେସମୟର ଅନେକ କଂଗ୍ରେସ ନେତାଙ୍କ କଥା ଉଲ୍ଲେଖ କରିଛନ୍ତି ଦେଶର ଏହି ବର୍ଷିୟାନ ନେତା। ଯାହାକୁ ପଢି ଲୁଲୁଙ୍କ ଝିଅ ଭାବବିହ୍ୱଳ ହୋଇଛନ୍ତି।

Leave A Reply

Your email address will not be published.