Latest Odisha News

ଅନେକ ରୋଗରୁ ଉପଶମ ଦେବ ନଡ଼ିଆ ପାଣି..

ଭୁବନେଶ୍ୱର: ବହୁ ଗୁଣର ଅଧିକାରୀ ନଡ଼ିଆ । ଏହାର ପାଣି ଆମ ଶରୀର ପାଇଁ ବେଶ୍ ହିତକାରକ। ନଡ଼ିଆ ପାଣିରେ ଅନେକ ପରିମାଣରେ ଖଣିଜ ଲବଣ ରହିଥାଏ। ଏହା ପିଇଲେ ଆମ  ଶରୀରକୁ ଅନେକ ଶକ୍ତି ମିଳିଥାଏ। ଏହା ଆମ ଶରୀରରେ ରୋଗ ପ୍ରତିରୋଧ ଶକ୍ତିକୁ ବଢ଼ାଇଥାଏ। ଫଳରେ ଶରୀରରେ କୌଣସି ରୋଗ ହେବାର ଆଶଙ୍କା କମ୍ ହୋଇଥାଏ।

ଏହା ଆମ ଶରୀରର ମୋଟାପଣକୁ ବି ଦୂର କରିଥାଏ।  ନଡ଼ିଆ ପାଣି ପିଇବା ଦ୍ୱାରା ଆମକୁ ବାରମ୍ବାର ଭୋକ ହୋଇ ନ ଥାଏ। ବିଶେଷ କରି ସକାଳେ ନଡ଼ିଆ ପାଣି ପିଇଲେ ଶରୀର ପାଇଁ ଅଧିକ ଲାଭଦାୟକ ହୋଇଥାଏ।

ନଡ଼ିଆ ପାଣି ପିଇଲେ ଗଳଗଣ୍ଡ ଭଳି ମାରାତ୍ମକ ରୋଗ ଭଲ କରିବାରେ ସହାୟକ ହୋଇଥାଏ।

ଆମ ଶରୀରରେ କିଡ୍‌ନୀକୁ ସୁସ୍ଥ ରଖେ ନଡ଼ିଆ ପାଣି। ନଡ଼ିଆ ପାଣି ପିଇଲେ ୟୁରିନ୍ ଇନଫେକ୍ସନ୍ ଭଳି ମାରାତ୍ମକ ରୋଗ ହେବାର ଆଶଙ୍କା କମ୍ ଥାଏ।

କିଛି ଲୋକ ନଡ଼ିଆ ପାଣିରେ ଅଣ୍ଡା ଭିତରେ ଥିବା ଧଳାଅଂଶକୁ ମିଶାଇ ପିଇଥାନ୍ତି। କାରଣ ଅଣ୍ଡାର ଧଳାଅଂଶରେ ଅଧିକ ପ୍ରୋଟିନ୍ ଓ କ୍ୟାଲସିୟମ ଭରପୂର ହୋଇ ରହିଥାଏ।

ନଡ଼ିଆ ପାଣି ଆମ ତ୍ୱଚା ମସୃଣ ଓ ଉଜ୍ଜଳ ରଖିଥାଏ।

Comments are closed.