Latest Odisha News

BREAKING NEWS

ରାଜ୍ୟରେ ୨୪ ଘଣ୍ଟାରେ ପରୀକ୍ଷଣ ହୋଇଛି ୪୮ ହଜାରରୁ ଉର୍ଦ୍ଧ୍ବ ନମୁନା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୪୮ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୪୮,୧୪୬ କରୋନା ନମୁନା ପରୀକ୍ଷା ହୋଇଛି।

ଏଥିମଧ୍ୟରୁ ୩୯,୬୨୮ ଜଣଙ୍କର ଆଣ୍ଟିଜେନ, ୮୪୦୭ ଟି ଆରଟିପିସିଆର୍ ଓ ୧୧୧ ଟି ଟ୍ରୁନଟ୍‌ ପରୀକ୍ଷା ହୋଇଛି ବୋଲି ସୂଚନା ମିଳିଛି ।

ଲଗାତାର କିଛି ଦିନ ଧରି ରାଜ୍ୟରେ ୫୦ ହଜାରରୁ ଅଧିକ ବା ଏହାର ପାଖାପାଖି ନମୁନା ପରୀକ୍ଷା ହେବା ଫଳରେ ନମୁନା ପରୀକ୍ଷଣ ସଂଖ୍ୟା ଇତିମଧ୍ୟରେ ୩୦ ଲକ୍ଷ ଟପିଲାଣି ।

ଟେଷ୍ଟିଂ ବଢିବା କାରଣରୁ ରାଜ୍ୟରେ ସଂକ୍ରମିତଙ୍କ ତାଲିକା ମଧ୍ୟ ବଢ଼ିବାରେ ଲାଗିଛି।

ଓଡିଶାରେ ଗତ ୨୪ଘଣ୍ଟାରେ ସର୍ବାଧିକ ୪୨୪୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬୭ ହଜାର ୧୬୧ରେ ପହଞ୍ଚିଛି ।

ରାଜ୍ୟରେ ମୋଟ୍ ୩୬୫୮୦ ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୧୨୯୮୫୯ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

Leave A Reply

Your email address will not be published.