Latest Odisha News

BREAKING NEWS

ଲାଭଦାୟକ କିସମିସ୍ ପାଣି, ପିଇଲେ ମିଳିବ ଏହି ରୋଗରୁ ମୁକ୍ତି

ଭୁବନେଶ୍ଵର: କିସମିସ ଶରୀର ପାଇଁ ଅନେକ ଉପକାରୀ । ଏହା ପାଟିକୁ ଯେତିକି ଭଲ ଲାଗେ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଉପକାର ହୋଇଥାଏ । କିସମିସରେ ରହିଛି ଅନେକ ଭିଟାମିନ। ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ହୋଇଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି ଯେ, କିସମିସର ପାଣି ଶରୀର ପାଇଁ କେତେ ଲାଭଦାୟକ? କିସମିସକୁ ରାତିସାରା ପାଣିରେ ଭିଜାଇ ସକାଳୁ ଖାଲିପେଟରେ ପିଇବା ଦ୍ଵାରା ଆପଣଙ୍କୁ ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ ।

ଗରମ ଦିନରେ ବିଶେଷ ଭାବରେ ପାଚନ ସମ୍ବନ୍ଧିତ ସମସ୍ୟା ହୋଇଥାଏ । କିସମିସ ପାଣିରେ ଆଣ୍ଟି ଇମ୍ଫ୍ଲମେଟ୍ରି ଗୁଣ ରହିଛି, ଯାହାକି ଆପଣଙ୍କ ପେଟରେ ଏସିଡ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ । ସକାଳୁ ଖାଲି ପେଟରେ କିସମିସ ପାଣି ସେବନ କରିବା ଦ୍ୱାରା ଗ୍ୟାସ, ପେଟ ଫୁଲିବା କୋଷ୍ଠ କାଠିନ୍ୟ ସମସ୍ୟା ରୁ ଆରାମ ମିଳିଥାଏ । ଓଜନ ହ୍ରାସ କରିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ କିସମିସ ପାଣି ରାମବାଣ ସଦୃଶ୍ୟ ହୋଇଥାଏ । ଏଥିରେ ଥିବା ଫ୍ରୁକଟୋଜ ଓ ଗ୍ଲୁକୋଜ ଓଜନ ହ୍ରାସ କରିବାର ଗୋଟିଏ ଭଲ ମାଧ୍ୟମ ଅଟେ । ଏଥିରେ ଗ୍ଲlଇସେମିକ ଇଣ୍ଡେକ୍ସ କମ ରହିଥାଏ । ଯାହାକି ଶରୀରରେ ସୁଗାର ଲେବୁଲକୁ ନିୟନ୍ତ୍ରଣ କରିଥାଏ ।

ଯଦି ଆପଣ ତ୍ୱଚା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାରେ ପୀଡିତ ଅଛନ୍ତି ତେବେ କିସମିସ ପାଣି ଗୋଟିଏ ଭଲ ବିକଳ୍ପ ଅଟେ । କିସମିସରେ ଭିଟାମିନ ଏ ଓ ସି ରହିଥାଏ ଯାହା ତ୍ୱଚା ପାଇଁ ଖୁବ ହିତକର । ତ୍ୱଚାକୁ ଡିଟକ୍ସ କରିବାରେ ଏହା ଗୋଟିଏ ଭଲ ଉପାଦାନ । କିସମିସ ପାଣି ନିୟମିତ ସେବନ ଦ୍ୱାରା ଶରୀର ରେ କୋଲେଷ୍ଟ୍ରଲ ସ୍ତର ସନ୍ତୁଳିତ ରହିଥାଏ । ନିୟମିତ ଗୋଟିଏ କପ କିସମିସ ପାଣି ସେବନ ଦ୍ୱାରା ରକ୍ତରେ ଏଲଡିଏଲ ଅର୍ଥାତ ଖରାପ କୋଲେଷ୍ଟ୍ରଲ ସ୍ତର ହ୍ରାସ ପାଇଥାଏ । ଏହାକୁ ଲଗାତାର ସେବନ ଦ୍ୱାରା ହାର୍ଟ ମଧ୍ୟ ସୁସ୍ଥ ରହିଥାଏ l

 

 

 

Comments are closed.