Latest Odisha News

ମଧୁମେହ ରୋଗର ନିଶ୍ଚିତ ପ୍ରତିକାର ରହିଛି ଏହି ପରିବାରେ !

ଭୁବନେଶ୍ୱର: କଥାରେ ଅଛି ଯାହା ପାଟିକୁ ପିତା ତାହା ଦେହକୁ ହିତ । କଲରା ପାଟିକୁ ପିତା ଲାଗୁଥିଲେ ମଧ୍ୟ ଏହା ଶରୀର ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥାଏ।

ବିଶେଷକରି ମଧୁମେହ ରୋଗୀଙ୍କ ପାଇଁ ଏହା ରାମବାଣ ପରି କାର୍ଯ୍ୟ କରିଥାଏ ।

କଲରାରେ ଆଇରନ୍‌, ମାଗ୍ନେସିୟମ ଏବଂ ଭିଟାମିନ୍‌-ସି ଭଳି ପୋଷକ ତତ୍ତ୍ୱ ରହିଥାଏ। ମଧୁମେହ ରୋଗୀଙ୍କ ପ୍ରତିଦିନ ସକାଳେ ଖାଲି ପେଟରେ ୨୦ ଗ୍ରାମ କଲରାକୁ ବାଟି ପିଇଲେ ଏକ ମାସ ମଧ୍ୟରେ ରକ୍ତ ଶର୍କରା ନିୟନ୍ତ୍ରଣ ହୁଏ।

ପେଟ ତଥା କିଡନୀ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ କଲରା। ଏହାକୁ ନିୟମିତ ଭାବରେ ଖାଇବା ଏବଂ ଏହାର ରସ ପିଇବା ଦ୍ୱାରା ଶରୀରକୁ ବିଭିନ୍ନ ପ୍ରକାର ଲାଭ ମିଳିଥାଏ।

କଲରା ଦୃଦ୍‌ରୋଗୀଙ୍କ ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ। ଏହା ଶରୀର ମଧ୍ୟରେ ଥିବା ଖରାପ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରିତ କରିଥାଏ।

Comments are closed.