Latest Odisha News

କେବଳ ତ୍ବଚା ପାଇଁ ନୁହେଁ , ପିଲାଙ୍କ ସ୍ମରଣ ଶକ୍ତି ବୃଦ୍ଧି କରେ ହଳଦୀ..

ନୂଆଦିଲ୍ଲୀ : ତ୍ୱଚା ପାଇଁ ହଳଦୀ ବ୍ୟବହାର କରିବା ଦ୍ୱାରା ଏହା ତ୍ୱଚାକୁ ଉଜ୍ୱଳ କରିଥାଏ। କଞ୍ଚା ହଳଦୀ ଖାଇବା ମଧ୍ୟ ତ୍ୱଚା ପାଇଁ ଖୁବ ଲାଭଦାୟକ। ଏହା ମୁହଁରେ ଥିବା ବିଭିନ୍ନ ଦାଗକୁ ଦୂର କରିଥାଏ। ହଳଦୀ କେବଳ ତ୍ବଚା ପାଇଁ ନୁହେଁ , ଏହାର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ । ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଛି। ଫଳରେ ଏହାକୁ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ  । ଓ ଶରୀରକୁ ବିଭିନ୍ନ ପ୍ରକାରର ସଂକ୍ରମଣରୁ ରକ୍ଷା କରିଥାଏ।

ଥଣ୍ଡା ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ। ହଳଦୀରେ ଏପରି ପୋଷକ ତତ୍ତ୍ୱ ରହିଛି , ଯାହା ମସ୍ତିଷ୍କକୁ ସୁସ୍ଥ ରହିଥାଏ। ସ୍ମରଣ ଶକ୍ତି ବୃଦ୍ଧି କରିଥାଏ। ପିଲାମାନଙ୍କୁ ନିୟମିତ କ୍ଷୀରରେ ହଳଦୀ ମିଶାଇ ପିଇବାକୁ ଦେଲେ ସେମାନଙ୍କର ଶାରିରୀକ ଓ ମାନସିକ ବିକାଶ ହୋଇଥାଏ। ଓଜନ ହ୍ରାସ ପାଇଁ ମଧ୍ୟ ଆପଣ ହଳଦୀକୁ ବିଭିନ୍ନ ଉପାୟରେ ବ୍ୟବହାର କରିପାରିବେ।

Comments are closed.