ଓଡ଼ିଶା ସମ୍ବାଦ ବ୍ୟୁରୋ : ଘରେ ଘରେ ନଡ଼ିଆର ଆବଶ୍ୟକତା ଅଧିକ ରହିଥାଏ । ସମସ୍ତେ ମଧ୍ୟ ନଡ଼ିଆ ଖାଇବାକୁ ଖୁବ୍ ପସନ୍ଦ କରିଥାନ୍ତି । ସାଧାରଣତଃ ନଡ଼ିଆ କିଛି ଦିନ ଦିନ ରହିବାପରେ ସେଥିରେ ଥିବା ପାଣି ଶୁଖିଯାଇଥାଏ ଫଳରେ ଲୋକେ ଏହି ନଡ଼ିଆକୁ ଫିଙ୍ଗି ଦେଇଥାଆନ୍ତି । କ’ଣ ଆପଣ ଜାଣିଛନ୍ତି ସେହି ଶୁଖିଲା ନଡ଼ିଆ ଆମ ଶରୀର ପାଇଁ କେତେ ଉପକାରୀ । ଯାହା ଶରୀରର ଅନେକ ରୋଗକୁ ଦୂର କରିଥାଏ। ଅଧିକାଂଶ ଲୋକ ସଠିକ୍ ଭାବେ ଖାଦ୍ୟପେୟ କରୁନଥିବାରୁ ଦୁର୍ବଳତା, ଥକ୍କାପଣ ଏବଂ ପତଳା ହେବାର ସମସ୍ୟାରେ ଗତି କରୁଛନ୍ତି । ଏମିତିରେ ଶୁଖିଲା ନଡିଆ ଖାଇବା ଶରୀରକୁ ଫାଇଦା ଦେଇଥାଏ।
– ଶୁଖିଲା ନଡ଼ିଆ ଖାଇବା ଦ୍ୱାରା ପାଚନକ୍ରିୟାକୁ ମଜବୁତ କରିବା ପାଇଁ ଭଲ କାମ କରିଥାଏ ଶୁଖିଲା ନଡିଆ। ପେଟରେ ହୋଇଥିବା ଅଲସରକୁ ମଧ୍ୟ ଭଲ କରିଥାଏ।
– ଶୁଖିଲା ନଡିଆରେ ଭରପୂର ମାତ୍ରାରେ କପର ରହିଛି, ଯାହା ମସ୍ତିଷ୍କ ଶକ୍ତିକୁ ବୃଦ୍ଧି କରିବା ସହିତ ସ୍ମରଣ ଶକ୍ତି ବଢାଥାଏ। ଏହା ଏପରି ଏନଜାଇମ ସୃଷ୍ଟି କରିଥାଏ, ଯାହା ନ୍ୟୁରୋଟ୍ରାନ୍ସମିଟରକୁ ବଢାଇଥାଏ।
– ଶୁଖିଲା ନଡିଆ ହୃଦ୍ ସମସ୍ୟା ଜନିତ ରୋଗକରୁ ରକ୍ଷା କରିଥାଏ। ପୁରୁଷଙ୍କୁ ପ୍ରତିଦିନ ୩୮ ଗ୍ରାମ ଡାଏଟ୍ରି ଫାଇବର ଆବଶ୍ୟକତା ପଡିଥାଏ। ଯାହା ଶୁଖିଲା ନଡିଆରୁ ମିଳିପାରିବ।
– ଶୁଖିଲା ନଡିଆ ମଧ୍ୟ ସ୍ତନ କ୍ୟାନସର କରାଉଥିବା ସେଲସକୁ ସୃଷ୍ଟି ହେବାରେ ବାଧା ଦେଇଥାଏ। ଫଳରେ ଏହି ସେଲସ୍ଗୁଡିକ ସୃଷ୍ଟି ହେଲେ ମଧ୍ୟ ବୃଦ୍ଧି ହୋଇପାରେ ନାହିଁ। ମହିଳାମାନେ ନିଜ ଡାଏଟରେ ଏହାକୁ ନିଶ୍ଚିତ ସାମିଲ କରିବା ଉଚିତ।
– ଶୁଖିଲା ନଡିଆ ଖାଇବା ଦ୍ୱାରା ଥାଇରଏଡ ଗ୍ରନ୍ଥି ମଧ୍ୟ ଠିକ୍ ରହିଥାଏ। ଏହାଦ୍ୱାରା ମୋଟାପଣ ହୁଏନାହିଁ ।
– ଶୁଖିଲା ନଡିଆ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ। ଯଦି ପତଳା ଅଛନ୍ତି ତେବେ ଅଧା ଲିଟର କ୍ଷୀର ସହିତ ୫ଟି କାଜୁ, ୫ଟି ବାଦାମ ଏବଂ ୨୦ ଗ୍ରାମ ଶୁଖିଲା ନଡିଆ ଏବଂ ୪ଟି ଖଜୁରୀ ପକାଇ ଫୁଟାଇ ପିଅନ୍ତୁ। ଏପରି ଲଗାତାର ସପ୍ତାହ ପର୍ଯ୍ୟନ୍ତ କରିବା ଦ୍ୱାରା ଶରୀରର ପାଇଁ ଲାଭପ୍ରଦ ହୋଇଥାଏ।
– ଏଥିରେ ଆଇରନର ଭରପୁର ମାତ୍ରା ରହିଛି, ଯାହାକୁ ନିୟମିତ ସେବନ କରିବା ଦ୍ୱାରା ରକ୍ତର ଅଭାବ ଏବଂ ଏନିମିୟା ଭଳି ରୋଗରୁ ରକ୍ଷା କରିଥାଏ। ଏହାସହିତ ଦୁର୍ବଳତା ମଧ୍ୟ ଦୂର ହୁଏ।
– ଏଥିରେ ଅତ୍ୟଧିକ ମାତ୍ରାରେ ସିଲେନିୟମ ଭରପୁର ରହିଥାଏ, ଯାହା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ।
– ଶୁଖିଲା ନଡିଆରେ କୋଲେଷ୍ଟ୍ରୋଲ, ଫାବର, ମ୍ୟାଗ୍ନେସିୟମ, କପର ଏବଂ ସିଲେନିୟମ ଭଳି ପୋଷକ ତତ୍ତ୍ୱ ରହିଥାଏ। ଏଥିପାଇଁ ପ୍ରତିଦିନ ଏହାକୁ ଖାଇବା ଦ୍ୱାରା ଶାରୀରିକ ଥକ୍କାପଣ ଏବଂ ଦୁର୍ବଳତା ଦୂର ହୁଏ।
– ବୟସ ବଢିବା ସଙ୍ଗେ ସଙ୍ଗେ ଅଲଜାଇମର ସମସ୍ୟା ଦେଖାଦେଇଥାଏ। ଯାହାଫଳରେ ବ୍ୟକ୍ତିର ସ୍ମରଣ ଶକ୍ତି ଦୁର୍ବଳ ହେବାକୁ ଲାଗିଥାଏ। ଏହି ସମସ୍ୟା ଦୂର କରିବା ପାଇଁ ଶୁଖିଲା ନଡିଆ ଖାଇବା ଉଚିତ।
ତେବେ ଆପଣ ଏହି ଶୁଖିଲା ନଡ଼ିଆକୁ ନିୟମିତ ଆପଣଙ୍କ ଖାଦ୍ୟରେ ସାମିଲ କରନ୍ତୁ ଆପଣଙ୍କୁ ସୁସ୍ଥ ରଖିବାରେ ସହାୟକ ହେବ ।
Comments are closed.