Latest Odisha News

BREAKING NEWS

ପୋଲିସ ବାବୁଙ୍କ ଜନ୍ମଦିନ ପାଳନ ଲାଗି ରାସ୍ତା ବନ୍ଦ !

ବାରିପଦା: ଜଣେ ପୋଲିସ ବାବୁଙ୍କ ଜନ୍ମ‌‌‌ ଦିନ ପାଳନ କରିବା ପାଇଁ ଚଳଚଞ୍ଚଳ ସହର ବାରିପଦାର ରାସ୍ତା କୁ ବନ୍ଦ କରାଯାଇଥିବା ନେଇ ଅଭିଯୋଗ ହେଉଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଜନ୍ମଦିନ ପାଳିତ ହେଉଥିବା ପୋଲିସ ବାବୁ ଜଣକ ହେଉଛନ୍ତି ମୟୁରଭଞ୍ଜ ଏସପି ପରମାର ସ୍ମିତ ପର୍ଶୁତମଦାସ ।

ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ 8 ଠାରୁ 10 ପର୍ଯ୍ୟନ୍ତ ବାରିପଦା ମ୍ୟୁନିସିପାଲିଟି କାର୍ଯ୍ୟାଳୟ ନିକଟରୁ ସହିଦ ସ୍ମୃତି ଭବନ ପର୍ଯ୍ୟନ୍ତ ପୁଲିସ ପକ୍ଷରୁ ରାସ୍ତାକୁ ଉଭୟ ପଟରୁ ସିଲ୍ କରିଦିଆଯାଇଥିଲା। ପଚାରିବାରୁ ସଠିକ ଉତ୍ତର ମଧ୍ୟ ମିଳିନଥିଲା।

୨ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଉଭୟ ପାର୍ଶୁର ରାସ୍ତା ବନ୍ଦ ରହିବା ଫଳରେ ସାଧାରଣରେ ଅସନ୍ତୋଷ ଓ ଉତ୍ତେଜନା ପ୍ରକାଶ ପାଇଥିଲା। ଯାହାଫଳରେ ଲୋକ ମାନେ ବାଟ ବଦଳାଇ ଅନ୍ୟ ପଟେ ଯାଉଥିଲେ।

ପରେ ଗଣମାଧ୍ୟମ ସେଠାରେ ପହଞ୍ଚିବା ପରେ ବ୍ୟାରିକେଡ଼ ହଟା ଯାଇଥିଲା।

ରାସ୍ତା ଅବରୋଧ ସମ୍ପର୍କରେ ପଚରାଯିବାରୁ ଟାଉନ ଥାନାର ଜଣେ ସବ୍-ଇନ୍ସପେକ୍ଟର କହିଛନ୍ତି, ତାଙ୍କୁ ଉକ୍ତ ସ୍ଥାନରେ ଡ୍ୟୁଟି ପାଇଁ ଆଇଆଇସି ପଠାଇଛନ୍ତି । ଏପରିକି ଏସପିଙ୍କ ବାସଭବନରେ ଏକ ଜରୁରୀ ବୈଠକ ହେତୁ ଏହି ଅବରୋଧ କରାଯାଇଥିଲା ବୋଲି ଆଇଆଇସି ପ୍ରକାଶ କରିଛନ୍ତି।

“ମୁଁ ଯେତେବେଳେ ପୋଲିସ କର୍ମଚାରୀଙ୍କୁ ପଚାରିଲି ସେମାନେ କାହିଁକି ରାସ୍ତା ଅବରୋଧ କରିଛନ୍ତି, ସେମାନେ ଏହାର କୌଣସି ଉତ୍ତର ଦେଇନଥିଲେ । ମୋ ଘର ରାସ୍ତାଅବରୋଧ ଠାରୁ ମାତ୍ର ୨୦୦ ମିଟର ଦୂରରେ ହୋଇଥିଲେ ମଧ୍ୟ ପୋଲିସ୍ ମୋତେ ସେହି ମାର୍ଗ ଦେଇ ଯିବାକୁ ନଦେବାରୁ ମୋତେ ପ୍ରାୟ ଦୁଇ ଘଣ୍ଟା ଅପେକ୍ଷା କରିବାକୁ ପଡିଲା। ମୁଁ ଜଣେ ନାଗରିକ ଏବଂ ମୋର ସୂଚନା ପାଇବାର ଅଧିକାର ଅଛି” ବୋଲି ଜଣେ ଉତ୍ତେଜିତ ସ୍ଥାନୀୟ ବାସିନ୍ଦା କହିଛନ୍ତି।

 

Leave A Reply

Your email address will not be published.