Latest Odisha News

BREAKING NEWS

କାର୍ତିକଙ୍କୁ ନେଇ ଫିଲ୍ମ କରିବେ ସଞ୍ଜୟ ଭଁସାଲୀ

ମୁମ୍ବାଇ: ସଞ୍ଜୟ ଭଁସାଲୀ ତାଙ୍କ ଆଗାମୀ ଫିଲ୍ମ ପାଇଁ ବଲିଉଡର ଉଦୀୟମାନ କଳାକାର କାତିର୍କ ଆର୍ଯ୍ୟନଙ୍କୁ ସାଇନ କରିଛନ୍ତି । ରିପୋର୍ଟ ମୁତାବକ ଏହି ଫିଲ୍ମରେ ଦୀପିକା ପାଦୁକୋନ ହିରୋଇନଙ୍କ ଭୂମିକା କରିବେ । ଫିଲ୍ମର ନାମ ଘୋଷଣା କରାଯାଇ ନାହିଁ । ସୂଚନାଯୋଗୃ, କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ ଫିଲ୍ମ ଦୋସ୍ତାନା୨ରୁ ହଠାତ୍ କାର୍ତିକ ଆର୍ଯ୍ୟନଙ୍କୁ ହଟାଯିବା ଫଳରେ ପ୍ରଶଂସକ ମହଲରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏପରି କି ସୁଶାନ୍ତ ସିଂ ରାଜପୁତଙ୍କ ପରି ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯାଉଛି ବୋଲି ସେମାନେ ଆକଳନ କରିଥିଲେ ।

ଏବେ କାର୍ତିକ ଭୁଲ ଭୁଲେୟା ଏବଂ ସତ୍ୟନାରାୟଣ କଥା (ଏହାର ଟାଇଟଲ ବଦଳା ଯିବ) ଫିଲ୍ମ ସାଇନ କରି ସାରିଛନ୍ତି । ଏହା ବ୍ୟତୀତ ସାଉଥ ବ୍ଲକବଷ୍ଟର ଅଲାବୈକୁଣ୍ଠପରମୁଲୋ ଫିଲ୍ମର ରିମେକ ଶାହାଜାଦାରେ କାର୍ତିକ ଏବଂ କୃତି ସେନନ ଯୋଡିଙ୍କୁ ନେଇ ଶୁଟିଂ ଆରମ୍ଭ ହୋଇଯାଇଛି ।

Leave A Reply

Your email address will not be published.