Latest Odisha News

ଅତି ଆବଶ୍ୟକ ନଥିଲେ ରୋଗୀମାନେ ହସ୍ପିଟାଲକୁ ବାରମ୍ବାର ଆସନ୍ତୁ ନାହିଁ: ବିଜୟ ମହାପାତ୍ର

ଭୁବନେଶ୍ୱର: ହସ୍ପିଟାଲରେ ପ୍ରତିସମୟରେ ଅଧିକ ଗହଳି ହୁଏ । ଯାହାଦ୍ୱାରା ସଂକ୍ରମଣର ଅଧିକ ଆଶଙ୍କା ରହିଛି । ଅତି ଦରକାର ନଥିଲେ ରୋଗୀମାନେ ହସ୍ପିଟାଲକୁ ବାରମ୍ବାର ଆସନ୍ତୁ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ଯେଉଁମାନଙ୍କ ସାଧାରଣ ରୋଗ ରହିଥିବ ସେମାନଙ୍କ ପାଇଁ ଟେଲିମେଡ଼ିସିନ ସେବା ଆରମ୍ଭ ହୋଇଛି । ଯୋଗାଯୋଗ କରି ଔଷଧ ନେଇପାରିବେ । ଏହାସହ ଓପିଡ଼ିର ଆଟେଣ୍ଡାନ୍ସ କମାଇବାକୁ କୁହାଯାଇଛି ।

ହସ୍ପିଟାଲରେ ମାଇନର ସର୍ଜରୀ ନୁହେଁ, କେବଳ ଜରୁରୀକାଳୀନ ସର୍ଜରୀକୁ ପ୍ରାଥମିକତା ଦିଆଯିବ । ରାଜ୍ୟରେ ସଂକ୍ରମଣ ନବଢ଼ିବା ପାଇଁ ଏହିଭଳି କଟକଣା କରାଯାଇଛି । ଏହାସହ ରାଜ୍ୟରେ ସଟଡ଼ାଉନ ଓ ଲକଡ଼ାଉନ୍ ଆବଶ୍ୟକ ଅଛି କି ନାହିଁ ପ୍ରଶ୍ନରେ ଉତ୍ତର ଦେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ୧୦ରୁ ୧୨ ହଜାର ଦୈନିକ ସଂକ୍ରମଣରେ ଦ୍ୱିତୀୟ ଲହରର ପ୍ରଭାବ ଦେଖନ୍ତୁ ଏବଂ ଏଥରର ପ୍ରଭାବ ଦେଖନ୍ତୁ । ସବୁ ଦିଗକୁ ଧ୍ୟାନରେ ରଖି ସରକାର ପଦକ୍ଷେପ ନେଉଛନ୍ତି । ଆମେ ସମସ୍ତେ ତାକୁ ଅପେକ୍ଷା କରିବା ।

ସଂକ୍ରମଣ ବଢ଼ୁଥିବାରୁ ସମ୍ଭାବ୍ୟ ସିଭିୟରିଟିକୁ ନଜରରେ ରଖି ଭିତ୍ତିଭୂମି ପ୍ରସ୍ତୁତ କରି ରଖିଛୁ । ସର୍ଭେଲାନ୍ସ ଚାଲିଛି ଓ ଟିକାକରଣ ଚାଲିଛି । ଗତବର୍ଷ ଏହି ପଜିଟିଭ ହାର ଓ ଏବର୍ଷର ହାର ଦେଖିଲେ , କେତେ ହସ୍ପିଟାଲାଇଜେସନ ଆବଶ୍ୟକ ହେଉଛି ଜାଣିପାରିବା । ହସ୍ପିଟାଲ କ୍ଷେତ୍ରରେ ରାଜ୍ୟ ଭଲ ସ୍ଥିତିରେ ଅଛି । ଆବଶ୍ୟକ ପଡ଼ିଲେ ଆଗକୁ ଟେଷ୍ଟିଂ ବଢ଼ାଯିବ, ନଚେତ୍ କମାଯିବ ବୋଲି କହିଥିଲେ ।

Comments are closed.