Latest Odisha News

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦,୨୭୩ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବଢି ଚାଲିଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ଆଉ ୧୦ ହଜାର ୨୭୩ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ କାଲି ସଂକ୍ରମିତ ହୋଇଥିଲେ ୧୦ ହଜାର ୫୯ ଜଣ । ଖୋର୍ଦ୍ଦାରୁ ସର୍ବାଧିକ ୩ହଜାର ୪୯୬ ନୂଆ କୋରୋନା ସଂକ୍ରମିତ ରହିଛନ୍ତି । ସେହିପରି ସୁନ୍ଦରଗଡକୁ ୧ ହଜାର ୪୯, କଟକରୁ ୮୪୪ ଜଣ, ସମ୍ବଲପୁରରୁ ୫୨୯ ଜଣ ଓ ବାଲେଶ୍ୱରରୁ ୪୫୭ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆକ୍ଟିଭ କେଶ୍ ୫୩୧୭୧ ରହିଛି ।

ସେପଟେ ଆଜି ଆଉ ୪ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮୪୭୬ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ସଂକ୍ରମଣରେ ଟପରେ ଖୋର୍ଦ୍ଦା ଜିଲ୍ଲା ରହିଛି । ଗତ କିଛି ଦିନ ଭିତରେ ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢି ଚାଲିଥିବା ବେଳେ ବରଷ୍ଠ ନାଗରିକଙ୍କୁ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି ।

Comments are closed, but trackbacks and pingbacks are open.