Latest Odisha News

୫୦ ଡିଫଲ୍ଟରଙ୍କ ଏନପିଏ ୯୨,୫୭୦ କୋଟି ଟଙ୍କା, ତାଲିକାର ଶୀର୍ଷରେ ମେହୁଲ ଚୋକ୍ସିଙ୍କ ନାଁ

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ବ୍ୟାଙ୍କରୁ ଋଣ ନେଇ ପରିଶୋଧ କରିନାହାଁନ୍ତି ୫୦ ଜଣ ଓ୍ୱିଲଫୁଲ୍ ଡିଫଲ୍ଟର । ସେମାନଙ୍କ ମୋଟ ୯୨ହଜାର ୫୭୦ କୋଟି ଟଙ୍କା ବକେୟା ରହିଛି । ଗତ ମାର୍ଚ୍ଚ ଶେଷ ସୁଦ୍ଧା ଏତେ ପରିମାଣରେ ଅର୍ଥ ଏନପିଏ ହୋଇଥିବା କହିଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭଗଓ୍ୱତ କରାଡ । ଲୋକସଭାରେ ଏନେଇ ପ୍ରଶ୍ନର ଉତ୍ତରରେ ସେ ଏହା କହିଛନ୍ତି । ବ୍ୟାଙ୍କ ଜାତିଆତି କରି ଦେଶରୁ ପଳାୟନ କରିଛନ୍ତି ମେହୁଲ ଚୋକ୍ସି, ନୀରବ ମୋଦି ଓ ବିଜୟା ମାଲ୍ୟା । ମେହୁଲଙ୍କ ଗୀତାଞ୍ଜଳି ଜେମ୍ସ ଉପରେ ସର୍ବାଧିକ ୭୮୪୮ କୋଟି ଟଙ୍କା ବକେୟା ରହିଛି ।

ତାଙ୍କ ପଛକୁ ଏରା ଇନ୍ଫ୍ରା ଇଞ୍ଜିନିୟରିଂ  ୫୮୭୯ କୋଟି ଟଙ୍କା, ରେଭ୍ ଆଗ୍ରୋ ୪୮୦୩ କୋଟି, କନକାଷ୍ଟ ଷ୍ଟିଲ୍ ଆଣ୍ଡ ପାଓ୍ୱାର ୪୫୯୬ କୋଟି ଟଙ୍କା, ଏବିଜି ସିପୟାର୍ଡ ୩୭୦୮ କୋଟି, ଫ୍ରଷ୍ଟ ଇଣ୍ଟରନ୍ୟାସନାଲ ୩୩୧୧ କୋଟି ଟଙ୍କା, ଓ୍ୱିନସମ ଡାଇମଣ୍ଡ ଆଣ୍ଡ ଜୁଏଲାରୀ ୨୯୩୧ କୋଟି ଟଙ୍କା, ରୋଟମାକ ଗ୍ଲୋବାଲ ୨୮୯୩ କୋଟି ଟଙ୍କା , କୋଷ୍ଟାଲ ପ୍ରୋଜେକ୍ଟସ୍ ୨୩୧୧ କୋଟି ଓ ଜୁମ ଡେଭେଲପର୍ସ ୨୧୪୭ କୋଟି ଟଙ୍କା ପରିଶୋଧ କରିନାହାଁନ୍ତି । ସେମାନେ ଉଦ୍ଦେଶ୍ୟମୂଳକ ଭାବେ ବ୍ୟାଙ୍କକୁ ଟଙ୍କା ଫେରସ୍ତ କରୁନାହାଁନ୍ତି ।

Leave A Reply

Your email address will not be published.