Latest Odisha News

BREAKING NEWS

ନବରଙ୍ଗପୁରରେ ସ୍ବାସ୍ଥ୍ୟ ବ୍ୟବସ୍ଥାର ଉନ୍ନତି ପାଇଁ ପଦକ୍ଷେପ, ଏୟାର ଆମ୍ବୁଲାନ୍ସ ବ୍ୟବସ୍ଥା ନେଇ ଭିତ୍ତିଭୂମି ଯାଞ୍ଚ

ନବରଙ୍ଗପୁର : ଉପାନ୍ତ ନବରଙ୍ଗପୁର ଜିଲ୍ଲାର ସ୍ବାସ୍ଥ୍ୟ ବ୍ୟବସ୍ଥାର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ । ଏୟାର ଆମ୍ବୁଲାନ୍ସ ବ୍ୟବସ୍ଥା ନେଇ ଡିଏମଇଟି ନିର୍ଦ୍ଦେଶକଙ୍କ ନେତୃତ୍ବରେ ଏକ ଡାକ୍ତରୀ ଟିମ୍ ନବରଙ୍ଗପୁର ମେଡିକାଲ ଯାଇ ଭିତ୍ତିଭୂମିର ଯାଞ୍ଚ କରିଛନ୍ତି । ଏୟାର ଆମ୍ବୁଲାନ୍ସର ସୁବିଧା କରିବା ପାଇଁ ଆଇସିୟୁ ଓ ମେଡିକାଲର ଅନ୍ୟ ଭିତ୍ତିଭୂମିକୁ ଯାଞ୍ଚ କରାଯାଇଛି ।

ଆଗାମୀ ଦିନରେ ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଏୟାର ଆମ୍ବୁଲାନ୍ସ ଯୋଗେ ସ୍ବତନ୍ତ୍ର ଡାକ୍ତର ଏଠାକୁ ଆସି ଗୁରୁତର ରୋଗୀଙ୍କ ଚିକିତ୍ସା କରିବା ପାଇଁ ବ୍ୟବସ୍ଥା କରାଯିବ । ଗୁରୁତର ରୋଗୀଙ୍କ ଏକ ତାଲିକା ପ୍ରସ୍ତୁତ କରାଯିବା ପରେ ସେମାନଙ୍କୁ ମେଡିକାଲରେ ରଖାଯିବ । ସେହି ସମୟ ମଧ୍ୟରେ ସ୍ପେସିଆଲିଷ୍ଟ ଡାକ୍ତରମାନେ ଆସି ସଂପୃକ୍ତ ଗୁରୁତର ରୋଗୀଙ୍କ ଚିକିତ୍ସା କରିବେ । ଏନେଇ ଆଜି ଡିଏମଇଟିଙ୍କ ନେତୃତ୍ବରେ ଏସସିବି ମେଡିକାଲ କଲେଜର ଡାକ୍ତରୀ ଟିମ୍ ଆସି ତଦାରଖ କରିଛନ୍ତି । ଏନେଇ ରାଜ୍ୟ ସରକାରଙକୁ ରିପୋର୍ଟ ପ୍ରଦାନ କରିବେ ସ୍ବତନ୍ତ୍ର ଟିମ୍ ।

Leave A Reply

Your email address will not be published.