Latest Odisha News

BREAKING NEWS

ମଧୁମେହ ରୋଗୀଙ୍କ ପାଇଁ ବିଶେଷ ଚା’

ଓଡ଼ିଶା ସମ୍ବାଦ ବ୍ୟୁରୋ : ମଧୁମେହ ରୋଗୀ ମାନେ ଚା’ ପିଇବା ସମୟରେ କିଛିଟା ବାରଣ କରିଥାଆାନ୍ତି । ସେମାନେ ଚା’ ରେ ଚିନି ପକାଇ ପିଇବାକୁ ଇଛା କରନ୍ତି ନାହିଁ  । ସାଧାରଣତଃ ଚା’ ପାଟିକୁ ଟିକିଏ ମିଠା ନ ଲାଗିଲେ ପିଇବାକୁ ମନ ହୋଇନଥାଏ  । କିନ୍ତୁ ମଧୁମେୟ ରୋଗୀମାନେ ଚା’ରେ ଚିନି ପକାନ୍ତି ନାହିଁ  । ତେବେ ବିଶେଷଜ୍ଞ ଦଳ ଅନୁସନ୍ଧାନ କରି ଜଣାଇଛନ୍ତି ଯେ ମଧୁମେହ ରୋଗୀ ଏଇ କେତେ ପ୍ରକାର ଚା’ ପିଇଲେ, ସ୍ବାଦ ଭଲ ଲାଗିବା ସହ ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ଉପଯୋଗୀ ରହିବ ।

କଳା ଚା’: ସୁସ୍ଥ ଜୀବନଶୈଳୀ ପାଇଁ କଳା ଚା’ ଏକ ମୁଖ୍ୟ ପାନୀୟ । ସାଧା ପାଣିରେ ଚା’ ପତିକୁ ଫୁଟାଇ ଏହି ଚା’ ପ୍ରସ୍ତୁତ କରାଯାଏ । ଏହି ପତିରେ ଥିବା ଥେରୁବିଗିନ୍ସ ଓ ଥେଫଲାଭିନ୍ସ ତତ୍ତ୍ବ ରକ୍ତଶର୍କରା ସ୍ତରକୁ କମ୍ ରଖିବାକୁ ଚେଷ୍ଟା କରେ ।

ଡାଲିଚିନି ଚା: ଆଣ୍ଟିଅକ୍ସିଡାଣ୍ଟ ଭରପୂର ଡାଲଚିନି ଚା’ ପିଇଲେ ରକ୍ତରେ ଟ୍ରାଇଗ୍ଲିସାରାଇଡ୍ ସ୍ତର ନିୟନ୍ତ୍ରଣରେ ରହେ। ଏହା କାରଣରୁ ଆମ ଶର୍କରା ସ୍ତର ମଧ୍ୟ ବଢ଼େନି।

ଡାଲଚିନି ଚା’ ପିଇଲେ ହୃଦ୍‌ଘାତ ଆଶଙ୍କା କମ୍ ରହେ। ଡାଲଚିନି ଗୁଣ୍ଡ ମିଶାଇ ଚା’ ପିଇଲେ ତା’ର ସ୍ବାଦ ଅତି ରୁଚିକର ଲାଗେ।

ମନ୍ଦାରଫୁଲ ଚା’: ଏହି ଚା’ ମଧ୍ୟ କିଛି କମ୍ ଗୁଣକାରୀ ନୁହେଁ । ମନ୍ଦାରଫୁଲକୁ ବାଟି ଏହି ଚା’କୁ ତିଆରି କରାଯାଏ। ନିୟମିତ ଏଇ ଚା’ ପିଇଲେ ରକ୍ତଚାପ ମଧ୍ୟ କମ୍ ରହୁଥିବା ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି  ।

Leave A Reply

Your email address will not be published.