ଦହି ଏପରି ଏକ ଦୁଗ୍ଧ ଜାତୀୟ ଖାଦ୍ୟ ଯାହା ସମସ୍ତଙ୍କ ଥାଳିରେ ଥିବା ନିଶ୍ଚିତ। ଗରମ ଦିନ ହେଉ କି ଥଣ୍ଡା ଦିନ ଦହିକୁ ସମସ୍ତ ରୂପରେ ବ୍ୟବହାର କରାଯାଉଛି ଏବଂ ଦହିକୁ ବ୍ୟବହାର କରି ଅନେକ ଖାଦ୍ୟ ମଧ୍ୟ ତିଆରି କରି ଖାଉଛନ୍ତି ଲୋକେ। ଲୋକମାନେ ଏହାକୁ ପରାଠା ସହିତ ଖାଇବାକୁ ବହୁତ ପସନ୍ଦ କରନ୍ତି। ବିଶେଷ କରି ରାଇତା ତିଆରି କରି ଖାଆନ୍ତି। ଦହି ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭଦାୟକ। ତେବେ ଦହିକୁ କେଉଁ ସମୟରେ ଖାଇବା ଉଚିତ ଏବଂ କେଉଁ ଉପାୟରେ ଖାଇଲେ ସ୍ୱାସ୍ଥ୍ୟ ଖରାପ ହେବ ନାହିଁ, ସେ ସମ୍ପର୍କରେ ଜାଣିବା।
ଦ୍ୱିପ୍ରହରରେ ଦହି ଖାଇବାର ଉପଯୁକ୍ତ ସମୟ। ଏହି ସମୟରେ ଦହି ଖାଇବା ଦ୍ୱାରା ପାଚନ କ୍ରିୟା ଭଲ ରହିଥାଏ। କିନ୍ତୁ ଦହିକୁ ରାତିରେ ଖାଇଲେ ସ୍ୱାସ୍ଥ୍ୟ ଖରାପ ହୁଏ ଏବଂ ପେଟଜନୀତ ସମସ୍ୟା ଦେଖାଯାଏ। ଶରୀରରେ ପିତ୍ତ ଏବଂ କଫ ସୃଷ୍ଟି ହେବାକୁ ଲାଗେ।
ଦହି ଅପରାହ୍ନରେ ଗୋଟେ ଗିନାରୁ ଅଧିକ ଖାଇବା ଉଚିତ୍ ନୁହେଁ। ସେହି ସମୟରେ ଯଦି ଆପଣଙ୍କୁ ଥଣ୍ଡା ଜ୍ୱର ଥାଏ ତେବେ ଦହିକୁ ଆଦୌ ଖାଇବା ଉଚିତ୍ ନୁହେଁ। ସତେଜ ବସା ଦହି ଖାଇବା ଉଚିତ୍। ବାସି ଦହି କିମ୍ବା ଦୀର୍ଘ ସମୟ ଧରି ରହିଯାଇଥିବା ଦହି ଆଦୌ ଖାଇବା ଉଚିତ୍ ନୁହେଁ।
ଦହି ଖାଇବା ଦ୍ୱାରା ମୋଟାପଣ କମିଯାଏ। ଏହା କୋଲେଷ୍ଟ୍ରଲ ସ୍ତରକୁ ବଢିବାକୁ ଦିଏ ନାହିଁ ଏବଂ ରକ୍ତ ସଞ୍ଚାଳନରେ ମଧ୍ୟ ଉନ୍ନତି ଆଣେ। ଦହି ରକ୍ତଚାପକୁ ନିୟନ୍ତ୍ରଣରେ ରଖେ। ସେହିପରି ଦହି ଆମ ତ୍ୱଚା, ଚର୍ମ, କେଶ ପାଇଁ ମଧ୍ୟ ବହୁତ ଉପକାରୀ। ଏହାକୁ ତ୍ୱଚାରେ ଲଗାଇଲେ ତ୍ୱଚାରେ ଚମକ ଆସେ। କେଶରେ ରୁପି ସମସ୍ୟା ଥିଲେ ଦହି ଲଗେଇବା ଦ୍ୱାକା ଏହି ସମସ୍ୟା ଦୂର ହୋଇଥାଏ।
Comments are closed.