Latest Odisha News

ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ କଞ୍ଚା ଅମୃତଭଣ୍ଡା, ଆସନ୍ତୁ ଜାଣିବା…

ଭୁବନେଶ୍ୱର: କଞ୍ଚା ଅମୃତଭଣ୍ଡା ଆମ ଶରୀର ପାଇଁ ଖୁବ୍ ହିତକାରୀ। ଏଥିରେ ଭିଟାମିନ୍ ଏ,ସି ଓ ଇ ଭରପୂର ମାତ୍ରାରେ ଥାଏ। ଏହା ଆମ ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ମଜଭୁତ୍ କରିଥାଏ। ଲିଭରକୁ ସୁସ୍ଥ ରଖିବାରେ କଞ୍ଚା ଅମୃତଭଣ୍ଡା ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ। ଜଣ୍ଡିସ୍ ହେଲେ ଲିଭର୍ ଦୁର୍ବଳ ହୋଇଯାଏ। ସେଥିପାଇଁ କଞ୍ଚା ଅମୃତଭଣ୍ଡାକୁ ସାଲାଡ୍ ଭାବେ ରୋଗୀକୁ ଖାଇବାକୁ ଦିଆଯାଏ। ଏହା ଦ୍ୱାରା ରୋଗୀର ଲିଭର୍ ସୁସ୍ଥ ରହେ। ସେହିପରି ଥଣ୍ଡା,କାଶ ଓ ଇନ୍‌ଫେକ୍ସନ ସହିତ ବି ଲଢ଼ିଥାଏ କଞ୍ଚା ଅମୃତଭଣ୍ଡା।

ପରିସ୍ରା ସଂପର୍କିତ ସମସ୍ୟାଗୁଡ଼ିକ କଞ୍ଚା ଅମୃତଭଣ୍ଡା ଖାଇବା ଦ୍ୱାରା ଦୂର ହୋଇଥାଏ। ଶରୀରକୁ ବ୍ୟାକ୍ଟେରିଆ ସଂକ୍ରମଣରୁ ରକ୍ଷା କରିବାରେ ସହାୟକ ହୋଇଥାଏ କଞ୍ଚା ଅମୃତଭଣ୍ଡା। ଯେଉଁମାନେ କୋଷ୍ଠକାଠିନ୍ୟର ଶିକାର ହୋଇଥିବେ,ସେମାନେ ନିଶ୍ଚିତ ଭାବେ କଞ୍ଚା ଅମୃତଭଣ୍ଡା ଖାଇବା ଉଚିତ୍। କାରଣ ଅମୃତଭଣ୍ଡାରେ ପୈପିନ ନାମରେ ଏକ ଏନ୍‌ଜାଇମ୍ ଥାଏ। ଏହା ପ୍ରାକୃତିକ ଉପାୟରେ କୋଷ୍ଠକାଠିନ୍ୟକୁ ଭଲ କରିବାରେ ସହାୟକ ହୋଇଥାଏ। ଏଣୁ କୋଷ୍ଠକାଠିନ୍ୟର ଶିକାର ବ୍ୟକ୍ତିମାନେ ନିଜ ଖାଇବାରେ କଞ୍ଚା ଅମୃତଭଣ୍ଡାକୁ ନିଶ୍ଚିତ ସାମିଲ କରନ୍ତୁ।

Comments are closed.