Latest Odisha News

BREAKING NEWS

୨୦ପଞ୍ଚାୟତର ସ୍ୱାସ୍ଥ୍ୟସେବା ଜଣେ ଫାର୍ମାସିଷ୍ଟ ଓ ଦୁଇ ନର୍ସଙ୍କ ଭରସାରେ…

ଅନୁଗୁଳ: ରେଙ୍ଗାଳି ପ୍ରକଳ୍ପ ସ୍ୱାସ୍ଥ୍ୟକେନ୍ଦ୍ରରେ ନାହାଁନ୍ତି ଡାକ୍ତର । ଏହି ରେଙ୍ଗାଳି ପ୍ରକଳ୍ପ ସ୍ୱାସ୍ଥ୍ୟକେନ୍ଦ୍ର ଭରସାରେ ରହିଛନ୍ତି ୨୦ ପଞ୍ଚାୟତବାସୀ । ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ୫୧ ବର୍ଷର ପୁରୁଣା ରେଙ୍ଗାଳି ପ୍ରକଳ୍ପ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ବି ସ୍ଥାୟୀ ଡାକ୍ତର ନାହାନ୍ତି। ଡାକ୍ତରଖାନାଟି ଜଣେ ଫାର୍ମାସିଷ୍ଟ ଏବଂ ଦୁଇ ଜଣ ଷ୍ଟାଫ୍ ନର୍ସଙ୍କ ଭରସାରେ ଚାଲିଛି । ତେଣୁ ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା ମିଳିବା କଷ୍ଟକର ହୋଇପଡ଼ୁଛି।

୧୯୭୫ରେ ରେଙ୍ଗାଳି ଡ୍ୟାମ୍ ନିର୍ମାଣ ସମୟରେ ଆରମ୍ଭ ହୋଇଥିବା ସ୍ୱାସ୍ଥ୍ୟକେନ୍ଦ୍ର ଉପରେ କଣିହାଁ ଏବଂ ପଡ଼ୋଶୀ ଦେବଗଡ଼ ଜିଲ୍ଲାର ହଜାର ହଜାର ଲୋକ ନିର୍ଭର କରନ୍ତି । ୨୦୧୨ ମସିହାରୁ ଏହା ଜଳ ସମ୍ପଦ ବିଭାଗରୁ ସ୍ୱାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରାଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ସେହି ପ୍ରକ୍ରିୟା ସମ୍ପୂର୍ଣ ହେଇପାରିନାହିଁ। ଫଳରେ ଡାକ୍ତରଖାନାଟି ଜଳ ସମ୍ପଦ ବିଭାଗରେ ଅଛି ନା ସ୍ୱାସ୍ଥ୍ୟ ବିଭାଗରେ। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବା ପିଏଚ୍‌ସି ମାନ୍ୟତା ଦେବା ସହ ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବି କରିଛନ୍ତି ବାସିନ୍ଦା ।

Comments are closed.